26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦିଲ୍ଲୀ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କ'ଣ ଘୋଷଣା...

ଦିଲ୍ଲୀ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କ'ଣ ଘୋଷଣା କଲେ ଜାଣନ୍ତୁ..

ନୂଆଦିଲ୍ଲୀ: ଆଜି ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାର ଜଣା ପଡିଛି ।
ତେବେ ଏହି ଦୁଃଖଦାୟକ ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଥିବାର ଜଣା ପଡିଛି । ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି: ଏହା ଅତି ଦୁଃଖଦାୟକ ଘଟଣା। ଏହି ଘଟଣାର ମାଜିଷ୍ଟରୀୟ ତଦନ୍ତ ପାଇଁ ମୁଁ ଆଦେଶ ଦେଇଛି। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତମାନଙ୍କର ଡାକ୍ତରୀ ଖର୍ଚ୍ଚ ସରକାର ବହନ କରିବେ ।
ତେବେ ପୀଡ଼ିତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ମୃତ ବୋଲି ଡାକ୍ତରମାନେ କହିଥିବା କଥା ପୁଲିସ କହୁଛି। ଅନେକ ଶବ ପୋଡ଼ି ଅଙ୍ଗାର ହୋଇଯାଇଥିବାରୁ ଚିହ୍ନଟ କରାଯାଇ ପାରୁନାହିଁ। ଅନ୍ୟ କେତେକ ଧୂଆଁରେ ରୁନ୍ଧି ହୋଇ ମରିଛନ୍ତି।ଧୂଆଁରେ ରୁନ୍ଧି ହୋଇ ଅଣନିଶ୍ୱାଃସୀ ହୋଇଯିବାରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି ବୋଲି ଲୋକ ନାୟକ ହସ୍‌ପିଟାଲ୍‌ର ନିର୍ଦେଶକ କିଶୋର ସିଂହ କହିଛନ୍ତି । ଭୋର୍‌ ୫ଟା ନିଆଁ ଲାଗିଥିବା ସେ ପାଞ୍ଚ ତାଲା ଘରେ ପ୍ରାୟ ୬୦/୭୦ ଜଣ ଲୋକ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଠିକା ଶ୍ରମିକ ଏବଂ କାରଖାନାର କର୍ମୀ। ତେବେ ଜରୁରୀଭିତ୍ତିରେ ସବୁ ପ୍ରକାର ସମ୍ଭାବ୍ୟ ସହାଯ୍ୟ ଯୋଗାଇ ଦେବାକୁ ଗୃହମନ୍ତ୍ରୀ ଅମିତ ଶାହା ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking