27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଘନକୁହୁଡି ପାଇଁ ୪୧୮ଟ୍ରେନ ବାତିଲ୍

ଘନକୁହୁଡି ପାଇଁ ୪୧୮ଟ୍ରେନ ବାତିଲ୍

ନୂଆଦିଲ୍ଲୀ: ହାଡ ଭଙ୍ଗା ଶୀତରେ ଥରୁଛି ସାରା ଦେଶ । ଘନକୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ଏଥିପାଇଁ ରେଲୱେର ସମସ୍ୟା ବୃଦ୍ଧି ପାଇଛି । ଘନକୁହୁଡି ଯୋଗୁ ୪୮୧ ଟ୍ରେନକୁ ବାତିଲ କରାଯାଇଛି । ଏହା ସହିତ ବହୁ ସ୍ଥାନରେ ଟ୍ରାକର ମରାମତି କାର୍ଯ୍ୟ ମଧ୍ୟ ଚାଲିଛି ।
ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଟ୍ରେନକୁ ବାତିଲ କରାଯିବ ସହିତ କିଛି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ନ୍ୟାଶନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମର ଅଫିସିଆଲ ୱେବସାଇଟରେ ରେଲୱେ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
ରେଳ ଅଧିକାରୀଙ୍କ ଅନୁଯାୟୀ, ଜାନୁୟାରୀ ୨୮ପର୍ଯ୍ୟନ୍ତ ଏହି ସମସ୍ତ ଟ୍ରେନ ବାତିଲ କରାଯାଇଛି ଏବଂକିଛି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଏହା ସହିତ କିଛି ଟ୍ରେନର ଗନ୍ତବ୍ୟ ସ୍ଥଳକୁ ମଧ୍ୟ ସୀମିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking