29.1 C
Bhubaneswar
Wednesday, April 24, 2024
Homeକରୋନାଭାରତରେ କରୋନା ନେଲା ୪୧୪ ଜୀବନ

ଭାରତରେ କରୋନା ନେଲା ୪୧୪ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୨ହଜାର ୩୮୦, ଚିକିତ୍ସାଧୀନ ୧୦,୪୭୭ ଅଛନ୍ତି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୪୮୯ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୧୮୭ଜଣ ମୃତ୍ୟୁ ବରଣ କଲେଣି । ଆନ୍ଧ୍ରପ୍ରଦେଶରେ(୧୪),ଆସାମରେ(୧),ବିହାରରେ(୧),ଦିଲ୍ଲୀରେ(୩୨),ଗୁଜୁରାଟରେ(୩୩),ହରିୟାଣାରେ(୩) ହିମାଚଳ ପ୍ରଦେଶରେ(୧), ଜମ୍ମୁ ଓ କାଶ୍ମୀରରେ(୪) ଝାଡ଼ଖଣ୍ଡରେ(୨) କର୍ଣ୍ଣାଟକରେ(୧୦) କେରଳରେ(୩) ମଧ୍ୟପ୍ରଦେଶରେ(୫୩) ମହାରାଷ୍ଟ୍ରରେ (୧୮୭), ଓଡ଼ିଶାରେ(୧) ପଞ୍ଜାବରେ(୧୨) ରାଜସ୍ଥାନରେ(୩) ତାମିଲନାଡୁରେ(୧୪), ତେଲେଙ୍ଗାନାରେ(୧୮) ଉତ୍ତରପ୍ରଦେଶରେ(୫) ଓ ପଶ୍ଚିମବଙ୍ଗରେ(୭)ଜଣ । କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୭୦ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୧୦,୪୪୦ ଏବେ ଚିକିତ୍ସାଧୀନ ଥିବାବେଳେ ୪୨୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧,୫୦୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking