34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ ଜଣ ସୁସ୍ଥ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ ୮୪, ସୁନ୍ଦରଗଡ ଜିଲ୍ଲାରୁ ୪୬, ଗଜପତି ଜିଲ୍ଲାରୁ ୩୬, ଝାରସୁଗୁଡାରୁ ୩୦, କେନ୍ଦୁଝରରୁ ୧୭, ମାଲକାନଗିରିରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୨, ଅନୁଗୁଳରୁ ୮, ସୋନପୁରରୁ ୭, ବରଗଡରୁ ୬, ସମ୍ବଲପୁରରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଳରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକ ଓ ବାଲେଶ୍ୱରରୁ ୩ ଜଣ ଲେଖାଏଁ ସୁସ୍ଥ ହେବା ସହ କଟକ ଓ ପୁରୀ ଜିଲ୍ଲାରୁ ଜଣେ କରୋନା ରୋଗୀ ସୁସ୍ଥ ହଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦୮୭୭ ଜଣ କରୋନାରୁ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

https://onakhabar.com/494-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking