31.1 C
Bhubaneswar
Tuesday, April 23, 2024
Homeଓଡିଶାକିଶୋର ବର୍ଗରେ ୪୦ ହଜାର ଟପିଲା ଟିକାକରଣ : ବୁଷ୍ଟର ଡ଼ୋଜ୍ ନେଲେଣି ୨୩ ହଜାରରୁ...

କିଶୋର ବର୍ଗରେ ୪୦ ହଜାର ଟପିଲା ଟିକାକରଣ : ବୁଷ୍ଟର ଡ଼ୋଜ୍ ନେଲେଣି ୨୩ ହଜାରରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର:  ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୧୫ରୁ ୧୮ ବର୍ଷ ବୟସ୍କ କିଶୋର ବର୍ଗ ଟିକାକରଣ ସହ ପ୍ରିକସନ୍ ଡ଼ୋଜ୍ ବା ବୁଷ୍ଟର ଡ଼ୋଜ୍ ପ୍ରଦାନ କରାଯାଉଛି । ଏହି କ୍ରମରେ ଏ ପର୍ଯ୍ୟନ୍ତ କିଶୋର ବର୍ଗରେ ୪୦ ହଜାର ୨୪୬ ଜଣ ଟିକା ନେଇଛନ୍ତି । ସେହିପରି ଗତ ୧୦ ତାରିଖରୁ ଦିଆଯାଉଥିବା ବୁଷ୍ଟର ଡ଼ୋଜ୍ ୨୩ ହଜାର ୭୩୪ ଜଣ ଗ୍ରହଣ କରିଛନ୍ତି । ରାଜଧାନୀର ବିଭିନ୍ନ ଟିକାକେନ୍ଦ୍ରରେ ମୋଟ ୨୮ଲକ୍ଷ ୭୧ ହଜାର ୮୨୬ ଜଣ ଟିକାକରଣରେ ସାମିଲ ହୋଇଛନ୍ତି ।

ସେଥିମଧ୍ୟରୁ ୧୫ ଲକ୍ଷ ୧ ହଜାର ୯୬୨ ଜଣଙ୍କୁ ପ୍ରଥମ ଡ଼ୋଜ୍ ଓ ୧୩ ଲକ୍ଷ ୪୬ ହଜାର ୧୩୦ ଜଣଙ୍କୁ ଦ୍ୱିତୀୟ ଡ଼ୋଜ୍ ପ୍ରଦାନ କରାଯାଇଛି । ୩୬ ହଜାର ୨୪୫ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡ଼ୋଜ୍ ଓ ୩୩ ହଜାର ୮୧୨ ଜଣ ଉଭୟ ଡ଼ୋଜ୍ ନେଇଛନ୍ତି । ଅନ୍ୟପଟେ ୪ ହଜାର ୯୩୩ ଜଣ ପ୍ରିକସନ୍ ଡ଼ୋଜ୍ ନେଇଛନ୍ତି । ସେହିପରି ୫୬ ହଜାର ୫୧୦ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡ଼ୋଜ୍ ଓ ୫୧ ହଜାର ୬୪୦ ଜଣ ଦ୍ୱିତୀୟ ଡ଼ୋଜ୍ ନେଇଛନ୍ତି । ୪ ହଜାର ୮୬୪ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରିକସନ୍ ଡ଼ୋଜ୍ ଦିଆଯାଇଛି ।

୧୮ରୁ ୪୫ ବର୍ଷ ବୟସ୍କଙ୍କ ମଧ୍ୟରେ ୮ ଲକ୍ଷ ୯୪ ହଜାର ୯୮୨ ଜଣ ପ୍ରଥମ ଡ଼ୋଜ୍ ଓ ୮ ଲକ୍ଷ ୨୦ ହଜାର ୪୭୬ ଜଣ ଦ୍ୱିତୀୟ ଡ଼ୋଜ ନେଇଛନ୍ତି । ସେହିପରି ୪୫ରୁ ୫୯ ବର୍ଷ ବୟସ୍କଙ୍କ ମଧ୍ୟରେ ୩ ଲକ୍ଷ ୨୬ ହଜାର ୯୯ ଜଣ ପ୍ରଥମ ଡ଼ୋଜ୍ ଓ ୩ ଲକ୍ଷ ୯୦୭ ଜଣଙ୍କୁ ଦ୍ୱିତୀୟ ଡ଼ୋଜ୍ ଦିଆଯାଇଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ମଧ୍ୟରେ ୧ ଲକ୍ଷ ୬୧ ହଜାର ୫୭୭ ଜଣ ପ୍ରଥମ ଡ଼ୋଜ୍ ଏବଂ ୧ ଲକ୍ଷ ୪୬ ହଜାର ୭୯୫ ଜଣ ଦ୍ୱିତୀୟ ଡ଼ୋଜ୍ ଟିକା ନେଇଛନ୍ତି । ସେହିପରି ୧୩ ହଜାର ୯୩୭ ଜଣ ବୁଷ୍ଟର ଡ଼ୋଜ୍ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking