31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଡାଟା ଏଣ୍ଟ୍ରି ଚାକିରି ନାଁ’ରେ ୮୦ ହଜାର ଠକେଇ ଅଭିଯୋଗ

ଡାଟା ଏଣ୍ଟ୍ରି ଚାକିରି ନାଁ’ରେ ୮୦ ହଜାର ଠକେଇ ଅଭିଯୋଗ

ନୂଆପଡ଼ା : ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗ୍ରାମର ଦୁଇ ଜଣ ଯୁବକଙ୍କଠାରୁ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ପଦବୀରେ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ନୂଆପଡ଼ା ଜିଲ୍ଲାର ଜଣେ ଯୁବକ ଦୁହିଁଙ୍କଠାରୁ ୮୦ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏହି ଦୁଇ ଯୁବକ ଆଜି ନୂଆପଡ଼ା ଥାନାରେ ଅଭିଯୋଗ କରିବା ପାଇଁ ଆସିଥିବାବେଳେ ପୁଲିସ ପାଇକମାଲ ଥାନାରେ ଅଭିଯୋଗ କରିବାକୁ କହିଥିଲେ ।
୨୦୨୦ ଅଗଷ୍ଟ ୧୩ରେ ବରଗଡ଼ ଜିଲ୍ଲା ପାଇକମାଲା ଥାନା ମାଣ୍ଡୋସିଲ ଗ୍ରାମର ଭୂପେନ୍ଦ୍ର ବରିହା ଓ ହରିହର ସାଗରଙ୍କୁ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ପଦବୀ ଖାଲିଥିବା କହି କୋମନା ଥାନା ଟିକିରାପଡ଼ା ଗ୍ରାମର ତୁଳସୀରାମ ଭୋଇ ମାଣ୍ଡୋସିଲ ଗ୍ରାମର ସନ୍ତୋଷ ମହାନନ୍ଦଙ୍କ ଜରିଆରେ ଯୋଗାଯୋଗ କରିଥିଲେ । ଦୁଇ ଜଣ ଯୁବକ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ସହ ୨ କିସ୍ତିରେ ୪୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଯୁବକ ଦ୍ୱୟ ଚାକିରି ଲୋଭରେ ୮୦ ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ଚଳିତ ମାସ ୧୫ ତାରିଖରେ ଦୁଇ ଜଣ ଯୁବକଙ୍କୁ ଚାକିରିରେ ଯୋଗଦାନ ପାଇଁ ଏକ ନକଲି ଜଏନିଂ ଲେଟର୍ ଫୋନ ମାଧ୍ୟମରେ ପଠାଯାଇଥିଲା । ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ପାଇଁ କୁହାଯାଇଥିଲା । ଯୁବକ ଦ୍ୱୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତୁଳସୀରାମଙ୍କୁ ଫୋନରେ ଯୋଗାଯୋଗ କରିଥିଲେ । ହେଲେ କୌଣସି ଉତ୍ତର ମିଳିନଥିଲା । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କଠାରୁ ଜାଣିବାକୁ ପାଇଲେ ଯେ, ଏମିତି କୌଣସି ବିଜ୍ଞାପନ ବାହାରି ନାହିଁ । ଦୁହେଁ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଦୁହେଁ ଟଙ୍କା ନେଇଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରି ଟଙ୍କା ଫେରସ୍ତ କରିବାକୁ କହିଥିଲେ । ୧୭ ତାରିଖରେ ଟଙ୍କା ଫେରସ୍ତ କରାଯିବ ବୋଲି ତୁଳସୀରାମ କହିଥିଲେ । ହେଲେ ଟଙ୍କା ଫେରସ୍ତ ନ ମିଳିବାରୁ ଦୁହେଁ ଆଜି ନୂଆପଡ଼ା ଥାନାକୁ ଆସି ଏକ ଅଭିଯୋଗ କରିଥିଲେ । ହେଲେ ନୂଆପଡ଼ା ପୁଲିସ ପାଇକମାଲ ଥାନାରେ ଏତଲା ଦେବାକୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking