30.1 C
Bhubaneswar
Wednesday, April 24, 2024
Homeଓଡିଶାସୁରଟ୍‍ରୁ ବସ୍‍ ଯୋଗେ ପିପିଲିରେ ପହଂଚିଲେ ୪୦ ପ୍ରବାସୀ ଓଡିଆ

ସୁରଟ୍‍ରୁ ବସ୍‍ ଯୋଗେ ପିପିଲିରେ ପହଂଚିଲେ ୪୦ ପ୍ରବାସୀ ଓଡିଆ

ଭୁବନେଶ୍ୱର : ଗୁଜରାଟର ସୁରଟ ଅଞ୍ଚଳରୁ ୪୦ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ବସ୍‍ ଶନିବାର ରାତିରେ ପିପିଲିରେ ପହଞ୍ଚିଛି । ପିପିଲି ଟୋଲ୍‍ଗେଟ୍‍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଚେକ୍‍ପୋଷ୍ଟ ଠାରେ ଉକ୍ତ ବସ୍‍ଟିକୁ ଅଟକା ଯାଇଛି। ପିପିଲି ତହସିଲଦାର ସପନ କୁମାର ନନ୍ଦ, ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ସେଠାରେ ଉପସ୍ଥିତ ରହିବସ୍‌ରେ ଥିବା ଓଡିଶା ଫେରନ୍ତାଙ୍କ ସଂପର୍କରେ ତଥ୍ୟ ନେବା ସହ ଏସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିବା ସୂଚନା ମିଳିଛି। ବସ୍‍ର ଡ୍ରାଇଭର ଓ ଅନ୍ୟ ୨କର୍ମଚାରୀଙ୍କ ଛାଡି ଉକ୍ତ ବସ୍‌ରେ ମୋଟ୍‍ ୪୦ଜଣ ପ୍ରବାସୀ ଓଡିଆ ଥିବା ବେଳେ ସେମାନଙ୍କ ମଧ୍ୟରୁ କଣାସ ଅଞ୍ଚଳର ୫ଜଣ, ବ୍ରହ୍ମଗିରି ଅଞ୍ଚଳର ୨୪ଜଣ, ପୁରୀ ସଦର ଅଞ୍ଚଳର ଜଣେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ୫ଜଣ ଓ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ୫ଜଣ ଥିବା ସୂଚନା ମିଳିଛି । ସଂପୃକ୍ତ ଅଞ୍ଚଳର ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ଗାଡିରେ ସରକାରଙ୍କ ଗାଇଡ୍‍ଲାଇନ ଅନୁଯାଇ ଗନ୍ତବ୍ୟ ସ୍ଥଳକୁ ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।
https://onakhabar.com/2020/05/02/media-prohibited-to-reach-migrant-labour-said-it-secretary-manoj-mishra/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking