40.1 C
Bhubaneswar
Thursday, April 25, 2024
Homeଅପରାଧ୪ବର୍ଷର ନାବାଳିକା ଦୁଷ୍କର୍ମର ଶିକାର

୪ବର୍ଷର ନାବାଳିକା ଦୁଷ୍କର୍ମର ଶିକାର

କୋରାପୁଟ: ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଝିଅ ମାନେ କେବେ ବି ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା କୋରାପୁଟରେ ଦେଖିବାକୁ ମିଳିଛି । ସୀମା ଟପିଛି ମାନବିକତା । ଯାହ ଭରସାରେ ଘର ଲୋକ ଝିଅକୁ ବାହାରକୁ ଛାଡ଼ି ଦେଇଥିଲେ, ସେ ହିଁ ପାଲଟିଲା ସଇତାନ । ସ୍କୁଲ ନେବା-ଆଣିବା କରୁଥିବା ଜଣେ ଅଟୋ ଡ୍ରାଇଭର ୪ ବର୍ଷର ଝିଅ ସହ କରିଛି ଦୁଷ୍କର୍ମ ।
ସୂଚନା ଅନୁସାରେ,ପୁରୁଣା କୋରାପୁଟରେ ରହୁଥିବା ଶରତ ପିଡ଼ିକା ନାମକ ଜଣେ ଅଟୋ ଚାଳକ ସେ ଅଟୋରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରିଥାଏ । ଗତକାଲି ମଧ୍ୟ ସେ ପିଲାଙ୍କୁ ସ୍କୁଲରେ ଛାଡି ଘରକୁ ଆଣିଥିଲା । କିନ୍ତୁ ଫେରିଲା ସମୟରେ ଅନ୍ୟ ପିଲାମାନଙ୍କୁ ଛାଡିବା ପରେ ଜଣେ ୪ ବର୍ଷର ଝିଅକୁ ଘରକୁ ନେବା ପାଇଁ ବାହାରିଥିବା ବେଳେ ସେହି ସମୟରେ ଝିଅଟିକୁ ଏକା ଦେଖି ଦୁଷ୍କର୍ମ କରିଥିଲା । ଅଟୋକୁ ଏକ ନିଛାଟିଆ ସ୍ଥାନରେ ରଖି ଏହାର ହୁଡ଼ ପକାଇ ଦେଇଥିଲା । ଏହା ପରେ ଅଟୋ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ଏଥିରେ ନାବାଳିକା ଜଣଙ୍କ ଜୋରରେ ଚିତ୍କାର କରିବାରୁ ତାଙ୍କୁ ଆଣି ଘରେ ଛାଡି ଦେଇଥିଲା ।
ତେବେ ନାବାଳିକାଙ୍କୁ କଷ୍ଟ ହେବାରୁ ରାତିରେ ସେ ଘରେ କାନ୍ଦିଥିଲା । ଘର ଲୋକ କାନ୍ଦିବାର କାରଣ ପଚାରିବାରୁ ସେ ସବୁ କଥା କହି ଦେଇଥିଲା । ପରେ ଘର ଲୋକ କୋରାପୁଟ ଟାଉନ ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥି ସହ ଅଭିଯୁକ୍ତ ଶରତ ପିଡ଼ିକାଙ୍କୁ ଗିରଫ କରିଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking