27.1 C
Bhubaneswar
Thursday, April 25, 2024
Homeଅପରାଧ୪ ବର୍ଷ ଶିଶୁର ତଂଟି ଚିପି ହତ୍ୟା

୪ ବର୍ଷ ଶିଶୁର ତଂଟି ଚିପି ହତ୍ୟା

ନୂଆଦିଲ୍ଲୀ: ଉତରପ୍ରଦେଶର ମେରଠରେ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଜଣେ ଗର୍ଭବତୀ ଥିବା ମହିଳା ନିଜ ଝିଆରୀର ତଂଟି ଚିପି ହତ୍ୟା କରିଥିବା ଖବର ଏବେ ଚାଂଚଲା ଖେଳାଇ ଦେଇଛି । ଏହି ଘଟଣା ଉପରୁ ସେତେବେଳେ ପରଦା ହଟିଥିଲା, ଯେତେବେଳେ ଶିଶୁଟିର ଲାସ୍ ଘରର ଛାତ ଉପରୁ ମିଳିଥିଲା । ତେବେ ସୂଚନା ଅନୁସାରେ, ପିଲାଟିର ମାମୁ ତାରୁ ଅତ୍ୟନ୍ତ ଭଲପାଉଥିଲେ । ଆଉ ସେତିକି ସ୍ନେହ ଆଦର ମଧ୍ୟ କରୁଥିଲେ । ଯାହା ତାର ମାଇଁକୁ ଭଲ ଲାଗୁନଥିଲା । ଅନେକ ସମୟରେ ପିଲାଟ ତା ମାମୁଘରେ ରହୁଥିଲା । ଆଉ ଏହାର ସୁଯୋଗ ନେଇ ତା ମାଇଁ ପିଲାଟିକୁ କହିଥିଲା ଯେ, ତା ମାମୁଁ ତାକୁ ମାରିବାକୁ ଚେଷ୍ଟା କରୁଛି । ଯାହା ଫଳରେ ପିଲାଟି ଭୟଭୀତ ହୋଇଯାଇଥିଲା । ପରବର୍ତୀ ସମୟରେ ତା ମାଇଁ ସୁଯୋଗ ଦେଖି ପିଲାଟିକୁ ହତ୍ୟା କରି ଘରର ଛାତ ଉପରେ ଲୁଚାଇ ଦେଇଥିଲା । ଖବର ପାଇ ପୋଲିସ ଆସିବା ପରେ ସେ ପୋଲିସ ସହ ଗାଁରେ ଅଲଗା ଲୋକଙ୍କ ଘରେ ତା ଝିଆରୀକୁ ଖୋଜିବାର ଅଭିନୟ ମଧ୍ୟ କରିଥିବା ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking