29.4 C
Bhubaneswar
Thursday, April 18, 2024
Homeଅପରାଧ୪ ବର୍ଷ ଶିଶୁକୁ ଅପହରଣ ପରେ ହତ୍ୟା,ଅପରାଧୀ ଗିରଫ

୪ ବର୍ଷ ଶିଶୁକୁ ଅପହରଣ ପରେ ହତ୍ୟା,ଅପରାଧୀ ଗିରଫ

ନୋଏଡା : ଗ୍ରେଟର ନୋଏଡା ଠାରେ ୨୪ ଜାନୂଆରୀକୁ ନିଖୋଜ ହୋଇଥିବା ଶିଶୁର ଶବ ସୁରଜପୂର ପୋଲିସକୁ ମିଳିଛି । ଏହି ହତ୍ୟାକାରୀକୁ ପୋଲିସ ଗିରଫ କରିଛି । ଏହାର ନାମ ଅନିଲ ବୋଲି ଜଣା ପଡିଛି ଓ ସେ କନୌଜ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ପୋଲିସର ପଚରା ଉଚରା ପରେ ଜଣାପଡିଥିଲା ଯେ, ହତ୍ୟାକାରୀ ଜଣକ ଏହି ଶିଶୁଟିର ଅପହରଣ, ଟଙ୍କା ପାଇଁ କରିଥିଲା । ଯେବେ ଟଙ୍କା ମିଳିଲାନି ସେ ଶିଶୁ ଟିର ହତ୍ୟା କରିଦେଇଥିଲା ।

୫ ବର୍ଷୀୟ ରିତିକ ଏବେ ଏହି ଦୁନିଆରେ ନାହିଁ । ହତ୍ୟାକାରୀ ପ୍ରଥମେ ରିତିକକୁ ଅପହରଣ କରି । ପଇସା ନମିଳିବାରୁ ହତ୍ୟା କରିଥିଲା ।
ପୋଲିସ ଆରୋପୀ ଅନିଲକୁ ପଚରାଉଚରା କରିବା ପରେ ଗିରଫ କରିଥିଲା ଓ ଅନିଲକୁ ନେଇ ଶବ ପର୍ଯ୍ୟନ୍ତ ପହଞ୍ଚିଥିଲା । ହତ୍ୟାକାର, ଶିଶୁର ଶବକୁ ସାଇଡ ବି ରେ ଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ ପଛରେ ଥିବା ଜଙ୍ଗଲରେ ଫୋପାଡି ଦେଇଥିଲା । ପୋଲିସ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ଅନିଲ ପୋଲିସକୁ କହିଥିଲା ଯେ, ସେ ଆଉ ତାର ଜଣେ ସହଯୋଗୀ ବିଜୟ ଦୁଇ ଜଣ ମିଶି ଏହି ହତ୍ୟା କରିଛନ୍ତି । ମୃତକ ଶିଶୁର ବାପାଙ୍କ ଠାରୁ ପଇସା ହାତେଇବା ପାଇଁ ସେମାନେ ରିତିକକୁ ଘର ଆଗରେ ଖେଳୁଥିବା ସମୟରେ ଅପହରଣ କରିନେଇଥିଲେ । ଅପହରଣର କିଛି ସମୟ ଭିତରେ ହିଁ ସେମାନେ ଦୁଇ ଜଣ ରିତିକକୁ ହତ୍ୟା କରି ଶବକୁ ଜଙ୍ଗଲରେ ଫୋପାଡି ଦେଇଥିଲେ । ପୋଲିସ ଏବେ ଘଟଣାର ଅଧିକ ତଦନ୍ତ କରି ବିଜୟକୁ ଖୋଜିବାରେ ଲାଗିଛି । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking