30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକାରଖାନାରେ ମିଥେନ ଗ୍ୟାସ୍ ଲିକ୍ ହୋଇ ୪ ଶ୍ରମିକ ମୃତ, ୨ ଗୁରୁତର

କାରଖାନାରେ ମିଥେନ ଗ୍ୟାସ୍ ଲିକ୍ ହୋଇ ୪ ଶ୍ରମିକ ମୃତ, ୨ ଗୁରୁତର

ଚଣ୍ଡିଗଡ: ହରିୟାଣା ବାହାଦୂରଗଡରେ ବଡ ଅଘଟଣ ଘଟିଛି । ଏଠାରେ ଥିବା ଏକ ଫ୍ୟାକ୍ଟ୍ରିରୁ ମିଥେନ ଗ୍ୟାସ୍ ଲିକ୍ ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୨ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ଅପରାହ୍ନ ସମୟରେ ଶ୍ରମିକମାନେ ଫ୍ୟାକ୍ଟ୍ରିର ଆବର୍ଜନା ଟାଙ୍କି ସଫା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମିଥେନ ଗ୍ୟାସ ଲିକ୍ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି । ସୂଚନା ଅନୁଯାୟୀ, ବାହାଦୂରଗଡ ଅନ୍ତର୍ଗତ ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ କିଛି ଶ୍ରମିକ ଏହାର ଟାଙ୍କି ସଫା କରୁଥିଲେ । ଏହି ସମୟରେ ଗ୍ୟାସ୍ ଲିକ୍ ଯୋଗୁଁ ୬ ଜଣ ଚେତାଶୂନ୍ୟ ହୋଇଯାଇଥିଲେ । ସେମାନଙ୍କ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ବାକି ଦୁଇ ଜଣ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking