29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏନକାଉଣ୍ଟରରେ ୪ ଆତଙ୍କବାଦୀ ସଫା

ଏନକାଉଣ୍ଟରରେ ୪ ଆତଙ୍କବାଦୀ ସଫା

କଶ୍ମୀର : ଗୋଟିଏ ପଟେ ଦେଶ କରୋନା ଭୂତାଣୁ ସହ ଲଢେଇ କରୁଥିବା ବେଳେ ଅନ୍ୟ ପଟେ ଦେଶର ଜମ୍ମୁ – କାଶ୍ମୀରରେ ଆତଙ୍କବାଦୀଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ଜମ୍ମୁ-କଶ୍ମୀର ରେ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନ୍ ପଞ୍ଜୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୯ ଆତଙ୍କବାଦୀ ନିହତ ହୋଇ ଥିବା ସୂଚନା ରହିଛି। ସେଠାରେ ସ୍ଥିତି ଖରାପ ଥିବାରୁ ସୋପିଆନରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଏହାସହ ସେଠାରେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ସୁରକ୍ଷାବାହିନୀ ଅଧିକାରୀଙ୍କ କହିବା ଅନୁଯାୟୀ, କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ବିଶ୍ୱସନୀୟ ସୁତ୍ରରୁୂ ସୂଚନା ମିଳିବା ପରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ଅପରେସନରେ ଭାରତୀୟ ସେନା , ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ଶୋପିଆନ୍ ପୁଲିସର କର୍ମଚାରୀମାନେ ସାମିଲ ହୋଇଥିଲେ ବୋଲି ଜଣାପଡ଼ିଛି । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ କିଛି ସମୟ ପାଇଁ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଯାହାପରେ ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନର ୩ ଜଣ ଆତଙ୍କବାଦୀ ଶେଷରେ ସୁରକ୍ଷା ବାହିନୀଙ୍କ ଗୁଳିରେ ନିହତ ହୋଇଥିଲେ । ଏବେ ମଧ୍ୟ ଏହି ଅଞ୍ଚଳରେ ଆହୁରି ଅନେକ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
https://onakhabar.com/2020/06/07/3-terrorists-died-in-encounter-at-sopian-district/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking