ଟାଟା ମ୍ୟାଜିକ୍ ଡମ୍ଫର ମୁହାଁମୁହିଁ ଧକ୍କା : ୪ ଗୁରୁତର

ବଣାଇ : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏଥିରେ କେତେ ନୀରିହ ଜୀବନ ବଳି ପଡ଼ୁଛି ତ ଆଉ କାହାର ସଂସାର ଭାସିଯାଉଛି । ଆଉ କେତେଜଣ ଗୁରୁତର ହୋଇ ପଙ୍ଗୁ ପାଲଟି ଯାଉଛନ୍ତି । ଏମତିି ଏକ ଘଟଣା ଘଟିଛି, ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ର ଛକ ନିକଟରେ ।
ସୋମବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ହୋଇଥିଲା । ଏକ ଟାଟା ମ୍ୟାଜିକ୍ ଓ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରିଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ଡମ୍ଫର ଡ୍ରାଇଭର ଫେରାର ହୋଇଯାଇଥିଲା । ପୁଲିସ୍ ଡମ୍ଫର ଓ ଟାଟା ମ୍ୟାଜିକ୍‌କୁ ଜବତ କରି ଓ ଘଟଣାର ତଦନ୍ତ କରୁଛି।