30.1 C
Bhubaneswar
Wednesday, April 24, 2024
Homeଅପରାଧ୧୧୮ ଲିଟର ମଦ ଜବତ : ୪ ଗିରଫ

୧୧୮ ଲିଟର ମଦ ଜବତ : ୪ ଗିରଫ

ନବରଙ୍ଗପୁର : ଜିଲ୍ଲାପାଳ ଡା ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଇନ୍ସିପେକ୍ଟର ବିପ୍ରଚରଣ ମଣ୍ଡଳଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୯୫ଲିଟର ମହୁଲି,୨୩ ଲିଟର୍ ବିିଦେଶୀ ମଦ ଜବତ ସହ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏବଂ ୧୨ଶହ କିଗ୍ରା ମହଲୁ ଫୁଲ ନିଆଁରେ ଗରମ ହେଉଥିବାକୁ ନଷ୍ଟ କରିଦିଆଯାଇଛି । କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚିରିମା ଗ୍ରାମର ବକ୍ସୀ ବିଶୋଇ ଓ ଗଙ୍ଗାଧର ବିଶୋଇ, ଡୁମାଦେଇ ଗ୍ରାମର ସୁବାଷ ସିଂ, ମଦେଇଗାଁର କୈଳାସ ସିଂ ପାତ୍ରଙ୍କୁ ଗିରଫ କରାଯାଇଛି । ଉକ୍ତ ଚଢ଼ଉରେ ଇନ୍ସିପେକ୍ଟର୍ ଶ୍ରୀ ମଣ୍ଡଳଙ୍କ ସମେତ ଏସଆଇ ଚିତ୍ତରଞ୍ଜନ ପଟ୍ଟନାୟକ, ଏଏସଆଇ ଜଗବନ୍ଧୁ ଜାନୀ, ଖଗପତି ହରିଜନ, ରାଜେନ୍ଦ୍ର ପଟ୍ଟନାୟକ, ସଦାଶିବ ଭତରା, ଉମେଶ ହରିଜନ, ରୀନା ବଡ଼ନାୟକ, ଆକ୍ରମ ଖାଁନ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking