29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିହାରରେ ଏନ୍‌କାଉଣ୍ଟର, ୪ ନକ୍ସଲ ସଫା

ବିହାରରେ ଏନ୍‌କାଉଣ୍ଟର, ୪ ନକ୍ସଲ ସଫା

ପାଟଣା : ବିହାରରେ ସୁରକ୍ଷାକର୍ମୀଙ୍କ ମିଳିତ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ପଶ୍ଚିମଚମ୍ପାରଣ ବାଗହା ଅଂଚଳରେ ମିଳିତ ଏନ୍‌କାଉଣ୍ଟର କରାଯାଇଥିଲା । ସଶସ୍ତ୍ର ସୀମା ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟର କରାଯାଇଥିଲା। ଘଟଣାରସ୍ଥଳରୁ ବହୁ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିବା ପରେ ସୀମା ସଶସ୍ତ୍ର ବଳ(ଏସଏସବି) ଓ ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ) ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ବାଗହା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ୍‌ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି।
https://onakhabar.com/mumbai-police-arrests-year-old-kidnapping-raping

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking