32.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ଆଉ ୪ କରୋନା ପଜେଟିଭ ଚିହ୍ନଟ

ରାଜ୍ୟରେ ଆଉ ୪ କରୋନା ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ରହିଥିବା ବେଳେ ଜଣେ ଯୁବକ ରହିଛନ୍ତି । ତେବେ ସମସ୍ତ ୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ପୂର୍ବ ସଂପର୍କୀୟଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେବେ ଏହି ୪ କରୋନା ପଜିଟିଭ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ପୂର୍ବରୁ ଯାଜପୁର ଜିଲ୍ଲାରେ ୮ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଏବେ ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ମୋଟ ୧୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ୪ କରୋନା ପଜେଟିଭଙ୍କୁ  ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଓବସାଇଟରେ ଏନେଇ ସୂଚନା ପ୍ରଦାନ କରାଯାଇଛି ।
https://onakhabar.com/2020/04/23/one-corona-positive-get-cured/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking