34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏନକାଉଣ୍ଟରରେ ୪ ମାଓବାଦୀ ନିହତ, ଜଣେ ପୁଲିସ ଏସଆଇ ଶହୀଦ

ଏନକାଉଣ୍ଟରରେ ୪ ମାଓବାଦୀ ନିହତ, ଜଣେ ପୁଲିସ ଏସଆଇ ଶହୀଦ

ରାୟପୁର : ଛତିଶଗଡ଼ରେ ଶନିବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ପୁଲିସ ଏସଆଇ ଶହୀଦ ହୋଇଛନ୍ତି। ମାନପୁର ଥାନା ଅନ୍ତର୍ଗତ ପରଧୋନୀ ଗାଁ ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର ଘଟିଥିଲା। ନିହତ ମାଓବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ, ଏକ ଏସଏଲଆର ଏବଂ .୩୧୫ ବୋର୍‌ର ୨ଟି ବନ୍ଧୁକ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜନନ୍ଦଗାଓଁ ଏଏସପି ଜି.ଏନ. ବଘେଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୦୯ ଜୁଲାଇ ୧୨ରେ ଏହି ଅଞ୍ଚଳରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଥିଲା। ଏଥିରେ ଏସପି ଭି.କେ. ଚୌବେଙ୍କ ସମେତ ୨୯ ପୁଲିସ କର୍ମଚାରୀ ଶହୀଦ ହୋଇଥିଲେ।
https://onakhabar.com/2020/05/08/2-hospital-staffers-molest-covid-19-patient-in-greater-noida-arrested/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking