33.1 C
Bhubaneswar
Thursday, April 25, 2024
Homeଓଡିଶାକୋରନାରେ ୩ ଦିନରେ ୪ ସାମ୍ବାଦିକଙ୍କ ମୃତ୍ୟୁ

କୋରନାରେ ୩ ଦିନରେ ୪ ସାମ୍ବାଦିକଙ୍କ ମୃତ୍ୟୁ

ଗଞ୍ଜାମ : କୋରନା ଭାଇରସ ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କୋରନାରେ ପ୍ରାଣ ହରାଇଛନ୍ତି । ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫୫ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଗତ ୩ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ।

ଶୁକ୍ରବାର ଦିନ ସାମ୍ବାଦିକ ମନୋଜ ସାହୁ ଓ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁର୍ବରୁ ଗଣମାଧ୍ୟମ ପ୍ରତିନିଧି କରୁଣାକର ସାହୁ ଓ ନରେଶ ବେହେରାଙ୍କ ମୃତ୍ୟୁ ଘଟିଛି । ସାମ୍ବାଦିକଙ୍କ ମୃତ୍ୟୁ ପରେ ଜିଲ୍ଲାରେ ଏକ ଭୟର ବାତାବରଣ ଖେଳିଯାଇଛି ।
ସୁଚନାଯୋଗ୍ୟଯେ, ଗତ ବୁଧବାର ଦିନ ମନୋଜ କୁମାର ସାହୁ କୋଭିଡରେ ଆକ୍ରାନ୍ତ ହୋଇଥିଲେ ଓ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking