28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକର୍ଣ୍ଣେଲ୍ ଓ‌ ମେଜର୍‌ଙ୍କ ସମେତ ସେନାବାହିନୀର ୪ ଯବାନ୍‌ ଓ ଜଣେ ପୁଲିସ ସହିଦ; ଦୁଇ...

କର୍ଣ୍ଣେଲ୍ ଓ‌ ମେଜର୍‌ଙ୍କ ସମେତ ସେନାବାହିନୀର ୪ ଯବାନ୍‌ ଓ ଜଣେ ପୁଲିସ ସହିଦ; ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ହଣ୍ଡ୍‌ୱାରା ସହରରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲିଥିବା ଭୀଷଣ ଗୁଳି ବିନିମୟ ପ୍ରାୟ ୮ ଘଣ୍ଟା ପରେ ଶେଷ ହୋଇଛି। ଏହି ଗୁଳିବିନିମୟ ସମୟରେ ଜଣେ କର୍ଣ୍ଣେଲ୍, ଜଣେ ମେଜର୍ ଏବଂ ସେନାବାହିନୀର ଦୁଇ ଜଣ ଯବାନ ଓ ଜଣେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍ ସହିଦ ହୋଇଛନ୍ତି। ଶନିବାର ଅପରାହ୍ଣରୁ ଚାଲିଥିବା ଏହି ଏନ୍‌କାଉଣ୍ଟର୍‌ରେ ନିହତ ବ୍ୟକ୍ତିମାନେ ହେଉଛନ୍ତି କର୍ଣ୍ଣେଲ୍ ଆଶୁଦତୋଷ ଶର୍ମା, ମେଜର ଅଞ୍ଜୁ, ଲାନ୍‌ସ୍ ନାଏକ, ରାଇଫଲ୍‌ମ୍ୟାନ୍ ଏବଂ ପୁଲିସ ସବ୍‌-ଇନ୍ସପେକ୍ଟର୍ ଶକୀଲ୍ କାଜି। ଘଟଣାସ୍ଥଳରୁ ସେମାନଙ୍କର ଶବ ଉଦ୍ଧାର କରାଯାଇଛି।
ସମ୍ପୃକ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ଭାରତୀୟ ସେନାବାହିନୀ ସିନ୍ଦୂରା ଫାଟିବା ବେଳକୁ ଚୂଡ଼ାନ୍ତ ଆକ୍ରମଣ କରିଥିଲେ।  ସୂଚନା ଅନୁଯାୟୀ, ଭୋର୍ ପ୍ରାୟ ୩: ୩୦ ମିନିଟ୍‌ରେ ହଣ୍ଡୱାରାର ଚାଞ୍ଜମୁଲ୍ଲା ଠାରେ ହୋଇଥିବା ଏହି ଏନ୍‌କାଉଣ୍ଟର୍‌ରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ଦ୍ବାର ଦ୍ବାର ବୁଲି ତଲାସ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking