27.1 C
Bhubaneswar
Thursday, April 25, 2024
Homeଓଡିଶା‘ଅମ୍ଫନ’ ପାଇଁ ୪ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

‘ଅମ୍ଫନ’ ପାଇଁ ୪ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର: କରୋନା ପରେ ଏବେ ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି କଲାଣି ମହାବାତ୍ୟା ‘ଅମ୍ଫନ’ ।  ବାତ୍ୟା ‘ଅମ୍ଫାନ’ ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ୪ ଜିଲ୍ଲା ପାଇଁ ୪ ଆଇଏଏସଙ୍କୁ ଆଜି ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବାଲେଶ୍ୱର ଜିଲ୍ଲା ପାଇଁ ମଧୁସୂଦନ ପାଢୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଭଦ୍ରକ ଜିଲ୍ଲା ପାଇଁ ସୁଶିଲ ଲୋହାନୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଏହି ବାତ୍ୟା ପାରାଦୀପଠାରୁ ୭୭୦ କିମି ଦୂରରେ ରହିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking