34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବିଷାକ୍ତ ଖାଦ୍ୟଖାଇ ୪ ଶିଶୁ ଗୁରୁତର

ବିଷାକ୍ତ ଖାଦ୍ୟଖାଇ ୪ ଶିଶୁ ଗୁରୁତର

ମୟୁରଭଞ୍ଜ: ଅଜାଣତରେ ବିଷାକ୍ତ ଖାଦ୍ୟ ଖାଇ ୪ ଶିଶୁ ଗୁରୁତର । ପରିବାର ପକ୍ଷରୁ ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସାଜାରୀ ରହିଛି।ତେବେ ଏଭଳି ଅଘଟଣ ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଞ୍ଚଳରେ । ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ବଡପଦା ଗ୍ରାମର ଗୋଟିଏ ପରିବାରର ୪ ଜଣ ଶିଶୁ ଫୁଡପଏଜନର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ଜଗନ୍ନାଥ ନାଏକ ଓ ଭାଇ ସରୋଜ ନାଏକଙ୍କ ୪ପୁଅ ଝିଅ ନମିତା(୮), ବାଦଲ(୬), ରିମା(୫) ଓ ଦେଢବର୍ଷର ଶିଶୁ ପୁତ୍ର ସତ୍ୟବ୍ରତ ଭୁଲ ବଶତଃ କୌଣସି ବିଷାକ୍ତ ଖାଦ୍ୟଖାଇ ଗୁରୁତ୍ୱର ଭାବେ ଅସୁସ୍ଥ ହୋଇଥିଲେ। ପରିବାର ଲୋକେ ଜାଣିପାରି ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ଅବସ୍ଥା ଉଦବେଗ ଜନକ ରହିଥିବା ବେଳେ ଚିକିତ୍ସା ପରେ ଏବେ ପିଲାମାନଙ୍କର ଅବସ୍ଥା ଭଲ ଥିବା ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking