26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଟେରର୍ ଫଣ୍ଡିଂ ଅଭିଯୋଗରେ ଜମ୍ମୁ-କଶ୍ମୀରର ୪ କର୍ମଚାରୀ ବରଖାସ୍ତ

ଟେରର୍ ଫଣ୍ଡିଂ ଅଭିଯୋଗରେ ଜମ୍ମୁ-କଶ୍ମୀରର ୪ କର୍ମଚାରୀ ବରଖାସ୍ତ

ଶ୍ରୀନଗର: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆତଙ୍କବାଦ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଟେରର୍ ଫଣ୍ଡିଂ ମାମଲାରେ ଗିରଫ ସେ ବିଟ୍ଟା କରାଟେର ପତ୍ନୀ ଅସବାହ-ଉଲ୍‌-ଅର୍ଜମନ୍ଦ ଖାନ୍ ସମେତ ୪ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସମସ୍ତଙ୍କ ବିରୋଧରେ ଆତଙ୍କବାଦୀଙ୍କ ସହ ସମ୍ବନ୍ଧ ରଖିଥିବା ଅଭିଯୋଗ ରହିଛି । ବରଖାସ୍ତ କର୍ମଚାରୀଙ୍କ ମଧ୍ୟରେ ବିଟ୍ଟାର ପତ୍ନୀ ବ୍ୟତୀତ ସାଇଣ୍ଟିଷ୍ଟ୍ ମୁହୀମ ଅହମ୍ମଦ ଭଟ, କଶ୍ମୀର ବିଶ୍ୱବିଦ୍ୟାଳୟର ସିନିୟର୍ ଆସିଷ୍ଟାଣ୍ଟ୍ ପ୍ରଫେସର ମଜିଦ୍ ହୁସେନ କାଦରୀ ଏବଂ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦିନ୍ ମୁଖ୍ୟ ସୟଦ୍ ସଲ୍ଲାହୁଦ୍ଦିନ୍‌ର ପୁଅ ସୟଦ୍ ଅବ୍‌ଦୁଲ୍ଲା ମୁଇଦ୍ ଅନ୍ତର୍ଭୁକ୍ତ । ଅବ୍‌ଦୁଲ୍ଲା ମୁଇ୍ ଜେକେଇଡିଆରରେ ଆଇଟି ମ୍ୟାନେଜର ଥିଲା ।

ଚାରିଜଣଙ୍କୁ ଧାରା ୩୧୧ ଲାଗୁକରି ହଟାଯାଇଛି । ଏହି ଧାରା ଅନୁସାରେ କୌଣସି ତଦନ୍ତ ବିନା ନିଜ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା କ୍ଷମତା ସରକାରଙ୍କର ରହିଛି । ଜେକେଏଲ୍‌ଏଫ୍ ଆତଙ୍କୀ ଫାରୁକ୍ ଅହମ୍ମଦ ଦର୍ ଓରଫ୍ ବିଟ୍ଟା କରାଟେର ପତ୍ନୀ ଅସବା-ଉଲ୍ ଅର୍ଜମନ୍ଦ ଖାନ୍ ୨୦୧୧ ବ୍ୟାଚ୍‌ରେ ଜଣେ ଜମ୍ମୁ-କଶ୍ମୀର ପ୍ରଶାସନିକ ସେବା ଅଧିକାରୀ ଥିଲେ । ପାର୍ସପୋର୍ଟ ପ୍ରସ୍ତୁତ ପାଇଁ ମିଥ୍ୟ ତଥ୍ୟ ପ୍ରଦାନ କରିବା ସହ ପ୍ରତିବନ୍ଧିତ ଜେକେଏଲ୍‌ଏଫ୍ ପାଇଁ ଅର୍ଥ ଯୋଗାଇ କରୁଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି ।

ବରଖାସ୍ତ ମୁଇଦ୍ ହିଜ୍‌ବୁଲ୍ ମୁଖ୍ୟ ସଲ୍ଲାହୁଦ୍ଦିନ୍‌ର ତୃତୀୟ ପୁଅ । ପମ୍ପୋରସ୍ଥିତ ଜମ୍ମୁ-କଶ୍ମୀର ଏଣ୍ଟରପ୍ରିନିୟର ଡେଭେଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍ ଉପରେ ହୋଇଥିବା ତିନିଟି ଆତଙ୍କବାଦୀ ଆକ୍ରମଣରେ ସୟଦ୍ ଅବ୍‌ଦୁଲ୍ଲା କଥିତ ରୂପେ ସାମିଲ ଥିବା ଅଭିଯୋଗ ରହିଛି । ଅନ୍ୟପକ୍ଷରେ ଡ. ମୁହୀତ ଅହମ୍ମଦ ଭଟ୍ ପାକିସ୍ତାନ ସହ ମିଶି ଛାତ୍ରମାନଙ୍କୁ କଟ୍ଟରପନ୍ଥୀ କରାଇବା ସହ ବିଶ୍ୱବିଦ୍ୟାଳୟରେ ବିଚ୍ଛିନ୍ନତାବାଦୀ-ଆତଙ୍କବାଦୀ ଏଜେଣ୍ଡା ପ୍ରଚାରରେ ସାମିଲ ଥିବା ଅଭିଯୋଗ ରହିଛି । ହୁସେନ୍ କାଦରୀଙ୍କର ଲସ୍କର-ଏ-ତୋଇବା ସହ ଦୀର୍ଘଦିନର ସମ୍ପର୍କ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking