30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକଟକରେ ଚଳିତ ବର୍ଷ ୪ ଦିନ ହେବ ଦୁର୍ଗା ଭସାଣ

କଟକରେ ଚଳିତ ବର୍ଷ ୪ ଦିନ ହେବ ଦୁର୍ଗା ଭସାଣ

ଭୁବନେଶ୍ୱର: କଟକ ସହରରେ ଦୁର୍ଗା ପୂଜା ନେଇ ପ୍ରଶାସନ ଓ କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ କମିଶନରଙ୍କ ସହ ଶାନ୍ତି କମିଟି ଓ ପୂଜା କମିଟିର ଆଲୋଚନା ହୋଇଛି । ବୈଠକରେ ନିଷ୍ପତ୍ତି ନେଇ ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । କୋଭିଡ ନିୟମ ମାନି ଓ ପରମ୍ପରାକୁ ସମ୍ମାନ ଦେଇ ହେବ ଏଥର ଦୁର୍ଗାପୂଜା । ଦୁର୍ଗାପୂଜା ଓ ଭସାଣ ନେଇ କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି । ବିନା ଭକ୍ତରେ ଦୁର୍ଗା ପୂଜା କରିବାକୁ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ହୋଇଛି । ମୃଣ୍ମୟୀ ମୂର୍ତ୍ତି ପୂଜା ହେବ, ପୂଜା ମଣ୍ଡପ ପରଦାରେ ଢଙ୍କାଯିବ ବୋଲି ନିଷ୍ପତ୍ତି ହୋଇଛି । ଭସାଣ ଯାତ୍ରା ହେବନି । କେବଳ ମୂର୍ତ୍ତି ବିସର୍ଜନ କରାଯିବ । ଗୋଟିଏ ଦିନ ପରିବର୍ତ୍ତେ ଏଥର ୪ ଦିନ ଭସାଣ କରାଯିବ । ଭସାଣ ପାଇଁ ସହରର ବିଭିନ୍ନ ଜାଗାରେ କୃତ୍ରିମ ପୋଖରୀ ହେବ । ସିଏମସି ପକ୍ଷରୁ କୃତ୍ରିମ ପୋଖରୀ କରାଯିବ, ସେହି ପୋଖରୀରେ ଭସାଣ ହେବ । ମୂର୍ତ୍ତି କେତେ ଉଚ୍ଚତାର କରାଯିବ, ପ୍ରଶାସନ ୩ ଦିନ ମଧ୍ୟରେ ଜଣାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking