31.1 C
Bhubaneswar
Friday, March 29, 2024
Homeଓଡିଶାଉତ୍କଳ ବିଶ୍ୱବିଦ୍ୟାଳୟରେ ୪ଜଣ ଛାତ୍ର କରୋନା ପଜିଟିଭ୍‌

ଉତ୍କଳ ବିଶ୍ୱବିଦ୍ୟାଳୟରେ ୪ଜଣ ଛାତ୍ର କରୋନା ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରେ ପଶିଲା କରୋନା । ୪ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସୋସିଓଲୋଜି ବିଭାଗର ଜଣେ ଛାତ୍ର କରୋନା ସଂକ୍ରମିତ ହେବାର ଗୋଟିଏ ଦିନ ପରେ ଆଉ ୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, ନୂତନ ରୋଗୀମାନେ ରସାୟନ ବିଜ୍ଞାନ (୨), ଏମସିଏ (୧) ଏବଂ ଅର୍ଥନୀତି ବିଭାଗରୁ (୧) ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢାଇଛି କୋରନା । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକରୁ ଅଧିକ ବଢିବାରେ ଲାଗିଛି । ରାଜ୍ୟରେ ୨୦୦୦ ମୁହାଁ କୋରନା ସଂକ୍ରମଣ ହେବାକୁ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୪୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନଟାଇନରୁ ୧୦୧୫ ଜଣ ଓ ୭୨୬ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୨୦୪ , କଳାହାଣ୍ଡିରେ ୧୧୪, ନୂଆପଡାରେ ୯୬, ବରଗଡରେ ୯୭, ସୁନ୍ଦରଗଡରେ ୮୪, କଟକରେ ୫୮ , ଅନୁଗୁଳ ଓ ଝାରସୁଗଡାରୁ ୪୩, ମୟୁରଭଞ୍ଜରେ ୩୯, ଷ୍ଟେଟପୁଲରେ ୪୬ , ସମ୍ବଲପୁରରେ ୧୨୧, ପୂରୀରେ ୫୪, ଯାଯପୁରରୁ ୩୮, ରାୟଗଡା ୩୫, ଗଜପତିରୁ ୧୪ ବଲାଙ୍ଗୀରରୁ ୯୩ ଓ ସୁବର୍ଣ୍ଣପୁରରୁ ୧୩, ଭଦ୍ରକରୁ ୧୧ , ଗଞ୍ଜାମରୁ ୨୭ , ବାଲେଶ୍ୱରରୁ ୧୫୮, ଯାଜପୁରରୁ ୧୫ ନବରଙ୍ଗପୁରରୁ ୮୦ , କେନ୍ଦୁଝରରୁ ୫୩ ଓ ଝାରସୁଗଡାରୁ ୩୧, ଦେବଗଡ, ଗଞ୍ଜାମ, ଜଗତସିଂପୁର, କୋରାପୁଟରୁ ୯ , କନ୍ଧମାଳରୁ ୮, ନୟାଗଡରୁ ୭, ବୌଦ୍ଧରୁ ୫, ମାଲକାନାଗିରିରୁ ୩, ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking