37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗକରୋନା ନେଲା ଆଉ ୪ଜୀବନ, ସଂଖ୍ୟା ପହଂଚିଲା ୭୪କୁ

କରୋନା ନେଲା ଆଉ ୪ଜୀବନ, ସଂଖ୍ୟା ପହଂଚିଲା ୭୪କୁ

ଭୁବନେଶ୍ୱର : ରାଜ୍ୟରେ କରୋନା ନେଲା ଆଉ ୪ଜୀବନ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧିପାଇଛି । ୪ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା,ଭୁବନେଶ୍ୱର ଓ ଗଞ୍ଜାମରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । କଟକରୁ ୭୧ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାରୁ ୪୦ବର୍ଷୀୟ ମହିଳା, ଭୁବନେଶ୍ୱରରୁ ୭୧ବର୍ଷୀୟ ବୃଦ୍ଧ ଓ ଗଞ୍ଜାମରୁ ୮୦ବର୍ଷୀୟ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସରକାର ଭିନ୍ନ କାରଣ ଦର୍ଶାଇଛନ୍ତି । ସୁନ୍ଦରଗଡ଼ ୧ବର୍ଷ ୩ମାସ ଶିଶୁ ମଧ୍ୟ ମୃତ, ହେଲେ ସରକାର ଭିନ୍ନ କାରଣରୁ ମୃତ୍ୟୁ ହୋଇଛି ବୋଲି ଦର୍ଶାଇଛନ୍ତି । ଏଯାବତ୍ କରୋନା ଆକ୍ରାନ୍ତ ହୋଇ ଭିନ୍ନ କାରଣରୁ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧିପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଶରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।  ଅନ୍ୟପଟେ ରାଜ୍ୟ ଆଜି ୨୩ଟି ଜିଲ୍ଲାରୁ ୫୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୮୦କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୭୪ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୯ହଜାର ୨୫୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଣିଛନ୍ତି । ଅନ୍ୟ ୪ହଜାର ୯୨୯ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସେହିପରି ୨୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନେ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking