ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପିତ୍ତଳ ଛକରେ ୪ ଭାଇଙ୍କୁ ପିଟି ପିଟି ହତ୍ୟା ଅଭିଯୋଗରେ ହିଞ୍ଜଳି ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସାଧୁ ଓରଫ ଅମୀୟ ସମେତ ୫ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍ପି । ତେବେ ୫ ଜଣଙ୍କ ମଧ୍ୟରୁ ଜଣଙ୍କ ସୂଚନା ଦେଇଥିବା ବେଳେ ତଦନ୍ତରେ ବାଧା ଉପୁଜିବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ନାଁ ପ୍ରକାଶ କରାଯାଇ ନାହିଁ । ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା, କାଠବେଣ୍ଟ, ଲୁହାରଡ୍ ଆଦିକୁ ଜବତ କରାଯାଇଛି ।
ତେବେ ଘଟଣାଦିନ ଫାଷ୍ଟଫୁଡ୍ ଦୋକାନୀ ଶମ୍ଭୁ ସ୍ୱାଇଁଙ୍କ ସହ ସାଧୁର ବଚସା ହେବା ସହ ୬/୭ ଜଣ ସାଧୁଙ୍କ ସହଯୋଗୀ ମିଶି ଶମ୍ଭୁ ଏବଂ ତାଙ୍କ ଭାଇମାନଙ୍କୁ ମାଡ଼ ମାରିଥିଲେ । ଶମ୍ଭୁ ଦୋକାନରେ ଖାଉଥିବା ଜଣେ ଦମ୍ପତିଙ୍କୁ ସାଧୁ ଅଶ୍ଳୀଳ ଇଙ୍ଗିତ କରିଥିବା ବେଳେ ଶମ୍ଭୁ ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତ୍ତ୍କ୍ଷୀପ୍ତ ହୋଇ ସାଧୁ ତା’ ସହଯୋଗୀମାନଙ୍କୁ ଡାକି ଆଣିବା ସହ ସାଧୁ ସମ୍ପୃକ୍ତ ୬ ଜଣଙ୍କ ସହ ମିଶି ଶମ୍ଭୁ ଓ ତା’ର ୩ ଭାଇଙ୍କୁ ପିଟି ପିଟି ହତ୍ୟା କରିଥିଲା । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା