27.1 C
Bhubaneswar
Friday, March 29, 2024
Homeଅପରାଧଆଇ.ପି.ଏଲ୍‌ରେ ଜୁଆ ଖେଳି ୪ ଗିରଫ, ନଗଦ ୯ ଲକ୍ଷ ସହ ମୋଟ ୨୮ ଲକ୍ଷ...

ଆଇ.ପି.ଏଲ୍‌ରେ ଜୁଆ ଖେଳି ୪ ଗିରଫ, ନଗଦ ୯ ଲକ୍ଷ ସହ ମୋଟ ୨୮ ଲକ୍ଷ ଟଙ୍କା ଜବତ

ମାଲକାନଗିରି: ଜିଲ୍ଲାରେ ଆଇ.ପି.ଏଲ୍ କ୍ରିକେଟ୍ ସମୟରେ ଅନଲାଇନ୍ ମାଧ୍ୟମରେ ଜୁଆ ବା ବ୍ୟାଂଟି କରୁଥିବା ଚାରି ଜଣ ଦଲାଲଙ୍କୁ ମାଲକାନଗିରି ପୋଲିସ ଗିରଫ କରିଥିବା ସହ ସେମାନଙ୍କ ଠାରୁ ୯ ଲକ୍ଷ ଟଙ୍କା ନଗଦ ଯବତ କରିବା ସହ ବ୍ଯାଙ୍କ ଆକାଉଣ୍ଟ ରେ ମୋଟ ୧୮ ଲକ୍ଷ ଟଙ୍କା ଥିବାବେଳେ ସେ ଆକାଉଣ୍ଟ ଗୁଡିକୁ ଲକ କରାଯାଇଛି । ତେବେ ବିଭିନ୍ନ ସମୟରେ ମାଲକାନଗିରି ଜିଲ୍ଲାରେ ଏହି ଆଇ.ପି.ଏଲ୍ ସମୟରେ ବହୁ ଯୁବ ଗୋଷ୍ଠିଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇବା ସହ ଅନ୍‌ଲାଇନ୍ ଓ ସିଧା ସଳଖ କ୍ରିକେଟ୍‌ରେ ଜୁଆ ଲଗାଇ କୋଟି କୋଟି ଟଙ୍କାର ଖେଳ ହେଉଥିବା ବେଳେ ଛତିଶଗଡ ଓ ଆନ୍ଧ୍ର ଦଳାଲଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାରେ ଅନ୍ୟ ଦଲାଲ ମାନେ ପରିଚାଳିତ ହୋଇ ଏଭଳି ଖେଳ ଖେଳୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଏହି ଜୁଆ ଖେଳ ଜିଲ୍ଲାରେ ହେଉଥିବା ବେଳେ କୋଟି କୋଟି ଟଙ୍କା ର ଅନୈତିକ କାରବାର ହୋଇ ଆସୁଛି । ତେବେ ଚଳିତ ବର୍ଷ ମଧ୍ୟ ସେହି ସମାନ ଢଙ୍ଗରେ ଜୁଆ ଖେଳ ହେଉଥିବା ବେଳେ ମାଲକାନଗିରି ଏସ.ଡି.ପିଓ ଅଭିଳାଷ ଜି ଓ ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଡାଉ କରି ଚାରି ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଆକାଉଣ୍ଟ ରୁ ମୋଟ ୧୮ ଲକ୍ଷ ଟଙ୍କା ଥିବା ବେଳେ ସେଗୁଡିକୁ ଲକ କରି ଅନେକ ମୋବାଇଲ, ଏଟିଏମ କାର୍ଡ, ଚେକ ବୁକ ପ୍ରଭୂତି ଜବତ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀ ରେ ଏସ.ଡି.ପିଓ ଅଭିଳାଷ ଜି ସୂଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking