26.1 C
Bhubaneswar
Friday, March 29, 2024
Homeଅପରାଧଚେକ୍ ଜାଲିଆତି କରି ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ୪ ଗିରଫ

ଚେକ୍ ଜାଲିଆତି କରି ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ୪ ଗିରଫ

ବରଗଡ : ଜାଲ ଚେକ୍ ଜରିଆରେ ୬ ଲକ୍ଷ ୮୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ରେ ମାଷ୍ଟର ମାଇଁଣ୍ଡ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଟଲି ପୁଲିସ । ବରଗଡ ଜିଲ୍ଲା ଭଟଲି ସ୍ଥିତ ଏସ୍‌ଡିସିସି ବ୍ୟାଙ୍କର ଜଣେ ଗ୍ରାହକ ହେଉଛନ୍ତି ଅପରାଜିତା ମିଶ୍ର । ତାଙ୍କ ଆକାଉଣ୍ଟରୁ ଚେକକୁ ଜାଲିଆତି କରି ନବୀନ କୁମ୍ଭାର ନାମକ ଜଣେ ଯୁବକ ୬.୮୨ ଲକ୍ଷ ଟଙ୍କାର ଜାଲଚେକକୁ ନିଜ ଆଲ୍ହାବାଦ ବ୍ୟାଙ୍କ ବରଗଡ଼ ମୁଖ୍ୟ ଶାଖାର ଏକାଉଣ୍ଟରେ ଡିପୋଜିଟ କରି ଟଙ୍କା ଟ୍ରାନ୍ସଫର କରିଦେଇଥିଲା ।
ପରେ ଉକ୍ତ ଟଙ୍କାକୁ ବିଭିନ୍ନ ସମୟରେ ଉଠାଇ ନେଇଯାଇଥିଲେ । ଏହି ମାମଲାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ ଟାଉନ ଥାନା ଅନ୍ତର୍ଗତ ପିପିଲିପାଲି ଗ୍ରାମର ନବୀନ କୁମ୍ଭାର, ବରଗଡ ୱାର୍ଡ ନଂ-୩ ମନାବନ୍ଧ ପଡାର ମାନସ କୁମାର ମଲ୍ଲିକ, ୱାର୍ଡ ନଂ-୭ ବିଶିପଡାର ରାଜୁ ଓରଫ ଦୀପକ ମହାନନ୍ଦ ଏବଂ ଅମ୍ବାଭୋନା ଥାନା ବେନିଆପାଲିର ଦୀପକ ଭୋଇ। ସେମାନଙ୍କ ପାଖରୁ ୨ଲକ୍ଷ ୩୯ହଜାର ୫୦୦ ଟଙ୍କା, ନକଲି ଚେକ୍‌, ନୂଆ ସ୍କୁଟି ଆଦି ଜବତ ହୋଇଛି। ଏହି ଠକେଇ ମାମଲାର ଅଧିକ ତଦନ୍ତ ଚାଲିଛି ଏବଂ ଦରକାର ପଡ଼ିଲେ ଯଦି ଅନ୍ୟ କୌଣସି ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତି ଜଣାପଡେ ତେବେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବରଗଡ଼ ଏସ ପି ପଦ୍ମିନୀ ସାହୁ ।
ଏହି ଜାଲ ଚେକ ଜରିଆରେ ଟଙ୍କା ଉଠାଣ ମାମଲା ରେ ଏସ ଡି ସି ସି ବ୍ୟାଙ୍କ ର ବରଗଡ଼ ସ୍ଥିତ ମୁଖ୍ୟ ଶାଖା ରେ କାମ କରୁଥିବା ମାନସ ମଲ୍ଲିକ ନାମକ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ସମ୍ପୃକ୍ତି ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ଅଭିଯୁକ୍ତ ମାନସ ଏସ୍‌ଡିସିସି ବ୍ୟାଙ୍କର ଜଣେ କମ୍ପ୍ୟୁଟର ଅପରେଟର ତଥା ସେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି ବରଗଡ଼ ଏସ ପି ପଦ୍ମିନୀ ସାହୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking