28.1 C
Bhubaneswar
Friday, March 29, 2024
Homeଓଡିଶାଖୁସି ଖବର: ରାଜ୍ୟରେ ଆଜି ୩୮୮୫ ଆକ୍ରାନ୍ତ ସୁସ୍ଥ

ଖୁସି ଖବର: ରାଜ୍ୟରେ ଆଜି ୩୮୮୫ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୮୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୨୪,୨୭୩ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୩ ଓ କଟକରୁ ୩୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀରୁ ୧୯୩, ଝାରସୁଗୁଡ଼ାରୁ ୧୫୯, ବାଲେଶ୍ୱରରୁ ୧୩୩, ମୟୂରଭଞ୍ଜରୁ ୧୨୯, ଯାଜପୁରରୁ ୧୨୬, କେନ୍ଦୁଝରରୁ ୧୨୪, କେନ୍ଦ୍ରାପଡ଼ାରୁ ୧୨୨, ସୁନ୍ଦରଗଡ଼ରୁ ୧୨୧, କଳାହାଣ୍ଡିରୁ ୧୧୨, ବଲାଙ୍ଗିରରୁ ୧୦୩, ବରଗଡ଼ରୁ ୮୧ ଓ ନୂଆପଡ଼ାରୁ ୮୦ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳରୁ ୭୯, ଜଗତସିଂହପୁର ଓ ସମ୍ବଲପୁରରୁ ୭୨ ଲେଖାଏଁ, ରାୟଗଡ଼ାରୁ ୭୦, ଭଦ୍ରକରୁ ୬୪, କନ୍ଧମାଳରୁ ୫୯, ନବରଙ୍ଗପୁରରୁ ୫୬, ନୟାଗଡ଼ରୁ ୫୨, ସୋନପୁରରୁ ୫୦, କୋରାପୁଟରୁ ୪୮, ଗଞ୍ଜାମରୁ ୪୨, ବୌଦ୍ଧରୁ ୨୬, ମାଲକାନଗିରିରୁ ୨୬, ଅନୁଗୁଳରୁ ୧୯, ଦେବଗଡ଼ରୁ ୧୬, ଗଜପତିରୁ ୧୫ ଓ ଷ୍ଟେଟ୍ ପୁଲ୍‌ରୁ ୧୬୮ ଜଣ ଆରୋଗ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୪୯ ହଜାର ୬୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୬ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking