ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର :ରାଜ୍ୟରେ କ୍ରମାଗତ ଭାବେ ପଜିଟିଭ ସଂଖ୍ୟା ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟର ୩୦ ଜିଲ୍ଲାରୁ ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୬ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୮୯୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୫ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୭ଜଣ, ବରଗଡ଼ ଜିଲ୍ଲାରୁ ୧୩୯ଜଣ, ଭଦ୍ରକ ଜିଲ୍ଲାରୁ ୬୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୧ଜଣ, ବୌଦ୍ଧ ଜିଲ୍ଲାରୁ ୨୬ଜଣ, କଟକ ଜିଲ୍ଲାରୁ ୩୬୮ଜଣ, ଦେଓଗଡ଼ ଜିଲ୍ଲାରୁ ୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୭ଜଣ, ଗଜପତି ଜିଲ୍ଲାରୁ ୧୩ଜଣ, ଗଞ୍ଜାମ ଜିଲ୍ଲାରୁ ୫୮ଜଣ, ଜଗତସିଂହୁର ଜିଲ୍ଲାରୁ ୧୦୦ଜଣ, ଯାଜପୁର ଜିଲ୍ଲାରୁ ୧୩୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୦ଜଣ, କଳାହାଣ୍ଡି ଜିଲ୍ଲାରୁ ୭୦ଜଣ, କନ୍ଧମାଳ ଜିଲ୍ଲାରୁ ୪୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୮ଜଣ, କେନ୍ଦୁଝର ଜିଲ୍ଲାରୁ ୭୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୧୫ଜଣ, କୋରାପୁଟ ଜିଲ୍ଲାରୁ ୯୮ଜଣ, ମାଲକାନଗିରି ଜିଲ୍ଲାରୁ ୨୬ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୭ଜଣ, ନୟାଗଡ଼ ଜିଲ୍ଲାରୁ ୭୧ଜଣ, ନୂଆପଡ଼ା ଜିଲ୍ଲାରୁ ୭୩ଜଣ, ପୁରୀ ଜିଲ୍ଲାରୁ ୨୩୭ଜଣ, ରାୟଗଡ଼ା ଜିଲ୍ଲାରୁ ୭୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୨ଜଣ, ସୋନପୁର ଜିଲ୍ଲାରୁ ୭୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୮ଜଣ , ଷ୍ଟେଟ୍‌ ପୁଲ୍‌ରୁ ୧୯୨ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୬୮୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୧୬୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୨୦୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

LEAVE A REPLY

Please enter your comment!
Please enter your name here