34.1 C
Bhubaneswar
Thursday, March 28, 2024
Homeକରୋନାତାଣ୍ଡବ ରଚିଛି କରୋନା : ଭାରତରେ କରୋନା ନେଲା ୩୭୭ ଜୀବନ

ତାଣ୍ଡବ ରଚିଛି କରୋନା : ଭାରତରେ କରୋନା ନେଲା ୩୭୭ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୭ରେ ପହଞ୍ଚି ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୩୯ ରହିଛି। ୧୩୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ(୯),ଆସାମରେ(୧),ବିହାରରେ(୧),ଦିଲ୍ଲୀରେ(୩୦),ଗୁଜୁରାଟରେ(୨୮),ହରିୟାଣାରେ(୩) ହିମାଚଳ ପ୍ରଦେଶରେ(୧), ଜମ୍ମୁ ଓ କାଶ୍ମୀରରେ(୪) ଝାଡ଼ଖଣ୍ଡରେ(୨) କର୍ଣ୍ଣାଟକରେ(୧୦) କେରଳରେ(୩) ମଧ୍ୟପ୍ରଦେଶରେ(୫୦) ମହାରାଷ୍ଟ୍ରରେ (୧୭୮), ଓଡ଼ିଶାରେ(୧) ପଞ୍ଜାବରେ(୧୨) ରାଜସ୍ଥାନରେ(୩) ତାମିଲନାଡୁରେ(୧୨), ତେଲେଙ୍ଗାନାରେ(୧୭) ଉତ୍ତରପ୍ରଦେଶରେ(୫) ଓ ପଶ୍ଚିମବଙ୍ଗରେ(୭)ଜଣ । କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୮୭ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୯,୭୩୫ଏବେ ଚିକିତ୍ସାଧୀନ ଥିବାବେଳେ ୩୯୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧,୩୫୯ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking