31.1 C
Bhubaneswar
Friday, March 29, 2024
Homeଓଡିଶାଆଜି ରାଜ୍ୟରେ ୩୩୨୬ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଆଜି ରାଜ୍ୟରେ ୩୩୨୬ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ ଆଜି ୩,୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୯୪୫ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୮୧ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ଲକ୍ଷ ୩୨ହଜାର ୭୧୩ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ସେଥିମଧ୍ୟରୁ ୧ଲକ୍ଷ ୯୮ହଜାର ୧୯୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟ ୩୩ହଜାର ୫୫୯ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଓ କଟକରୁ ୨୬୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୧୯, ବଲେଶ୍ୱରରୁ ୧୨୨, ବରଗଡରୁ ୯୪, ଭଦ୍ରକରୁ ୩୬, ବଲାଙ୍ଗିରରୁ ୧୦୩, ଝାରସୁଗୁଡାରୁ ୧୦୭, କେନ୍ଦ୍ରାପଡାରୁ ୧୦୩. କେନ୍ଦୁଝରରୁ ୧୦୧, ମୟୂରଭଞ୍ଜରୁ ୧୩୧, ପୁରୀରୁ ୧୪୦, ସମ୍ବଲପୁରରୁ ୧୦୭, ନୂଆପଡାରୁ ୧୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking