40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଭୁବନେଶ୍ୱରରୁ ଆଜି ୩୨୫ କରୋନା ପିଜିଟିଭ ଚିହ୍ନଟ :

ଭୁବନେଶ୍ୱରରୁ ଆଜି ୩୨୫ କରୋନା ପିଜିଟିଭ ଚିହ୍ନଟ :

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୨୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୭ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୩୮୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୧୮୫୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୪୩୬ ଜଣ ସୁସ୍ଥ ହୋଇଛନ୍ତି ଓ ୬୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୪୦୭୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

https://twitter.com/bmcbbsr/status/1307652647722168321/photo/1
https://twitter.com/bmcbbsr/status/1307652647722168321/photo/2
https://twitter.com/bmcbbsr/status/1307652647722168321/photo/3

ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସିଆରପିଏଫ ପରିସରରେ ଥିବା ସଂଗରୋଧରୁ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ପାତ୍ରପଡ଼ାରୁ ୭ ଜଣ, ବମିଖାଲରୁ ୪ ଜଣ, ସୂର୍ଯ୍ୟନଗରରୁ ୩ ଜଣ ଶୈଳଶ୍ରୀ ବିହାର, ବଡ଼ଗଡ଼ ବ୍ରିଟ କଲୋନିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସ୍ଥାନୀୟ ସଂକ୍ରମଣ ଯୋଗୁଁ ସିଆରପିଏଫ ପରିସରରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାତ୍ରପଡ଼ାରୁ ୧୧ ଜଣ, ଅନ୍ୟ ଜିଲ୍ଲାରୁ ୮ ଜଣ, ଝାରପଡ଼ାରୁ ୭ ଜଣ, ଖଣ୍ଡଗିରି, ପଟିଆ, ଡୁମଡୁମାରୁ ୬ ଜଣ ଲେଖାଏଁ, ବିଡିଏ କଲୋନିରୁ ୫ ଜଣ କରୋନା ପଜିଟିଭ ଜଣାପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking