ଭୁବନେଶ୍ୱରରୁ ପୁଣି ବାହାରିଲେ ୩୨୧ ପଜିଟିଭ୍

corona testing ,patients

ଭୁବନେଶ୍ୱର: କରୋନା ମହାମାରୀ ଏବେ ଚାରିଆଡେ ତାର କାୟା ବିସ୍ତାର କରିଚାଲିଛି । ଏଥିରୁ ବାଦ ପଡ଼ିନାହିଁ ରାଜଧାନୀ ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୨୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୩ ଓ ସ୍ଥାନୀୟ ଅଞ୍ଚଳରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ଏବେ ସୁଦ୍ଧା ଭୁବନେଶ୍ୱରରୁ ୨୫,୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧,୫୪୫ ଜଣ ସୁସ୍ଥ ହୋଇଛନ୍ତି ଓ ୧୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩,୪୯୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here