34.1 C
Bhubaneswar
Thursday, March 28, 2024
Homeଓଡିଶାଭୁବନେଶ୍ୱରରୁ ୭ ସୁସ୍ଥ ସହ ଆଉ ୩୨ ଆକ୍ରାନ୍ତ ଚିହ୍ନଟ : ମୋଟ କରୋନା ଆକ୍ରାନ୍ତଙ୍କ...

ଭୁବନେଶ୍ୱରରୁ ୭ ସୁସ୍ଥ ସହ ଆଉ ୩୨ ଆକ୍ରାନ୍ତ ଚିହ୍ନଟ : ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୭କୁ ବୃଦ୍ଧି

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରୁ ଆଉ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆଜି ରାଜଧାନୀ ଭୁବନେଶ୍ୱରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ୩୨ ଜଣଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ କେସ୍ ଓ ୧୮ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଏଥିସହ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୭କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩୦୨ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ୨୪୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆଜି ଚିହ୍ନଟ ହୋଇଥିବା ୧୮ଟି ଲୋକାଲ କେସ୍ ମଧ୍ୟରୁ ନୟାପଲ୍ଲୀ ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ୬୦ ବର୍ଷୀୟ ପୁରୁଷ , ନୟାପଲ୍ଲୀ ବ୍ରିଟ୍ କଲୋନୀରୁ ଜଣେ ୫୨ ବର୍ଷୀୟ ପୁରୁଷ , ନୟାପଲ୍ଲୀ ନୂଆସାହିରୁ ୭୯ ବର୍ଷୀୟ ପୁରୁଷ , ଭୀମଟାଙ୍ଗୀ ପିପୁଲସ୍ ବସ୍ତିରୁ ୧୯ ବର୍ଷୀୟ ମହିଳା , ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁୂ ୨୩ ବର୍ଷୀୟ ମହିଳା , ସରକାରୀ ହସ୍ପିଟାଲରୁ ଜଣେ ୪୭ ବର୍ଷୀୟ ପୁରୁଷ , ୟୁନିଟ – ୨ ମାର୍କେଟ ବିଲ୍ଡିଂ ଅଞ୍ଚଳରୁ ଜଣେ ୬୬ ବର୍ଷୀୟ ଓ ୨୧ ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି ।
ବରମୁଣ୍ଡାରୁ ୩୯ ବର୍ଷୀୟ ପୁରୁଷ ପୂର୍ବରୁ ସଂକ୍ରମିତ ହୋଇଥିବା ଜିଲ୍ଲାରୁ ଫେରିଥିଲେ । ନୂଆଗାଁର ସଂକ୍ରମିତ ପରିବାରରୁ ୨ ଜଣ ଓ ସେମାନଙ୍କ ବୟସ ଯଥାକ୍ରମେ ୭୨ ଓ ୭୦ ବର୍ଷ ବୋଲି ଜଣାପଡ଼ିଛି । ବାପୁଜୀ ନଗରରୁ ୩୦ ବର୍ଷୀୟ ମହିଳା, ଜୟଦେବ ବିହାର ସାଲିଆ ସାହିରୁ ୪୮ ବର୍ଷୀୟ ପୁରୁଷ , ନଖରା ବାଲିଅନ୍ତାରୁ ୩୨ ବର୍ଷୀୟ ମହିଳା , ୩୦ ବର୍ଷୀୟ ପୁରୁଷ ଭରତପୁରରୁ , ରସୁଲଗଡ଼ ଅଞ୍ଚଳରେୁ ଜଣେ ୨୪ ବର୍ଷୀୟ ମହିଳା ପୂର୍ବରୁ ସଂକ୍ରମିତ ହୋଇଥିବା ଜିଲ୍ଲାରୁ ଫେରିଥିଲେ । ସେହିପରି ଶାମପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲରୁ ଜଣେ ୪୮ ବର୍ଷୀୟ ମହିଳା ଆଜି ଲୋକାଲ କେସ୍ ଭାବରେ ଚିହ୍ନଟ ହୋଇଛନ୍ତି ।
ସେହିପରି କ୍ୱାରେଣ୍ଟାଇନ କେସ୍ରୁ ଜଣେ ୩୯ ବର୍ଷୀୟ ପୁରୁଷ ପୂର୍ବରୁ ଚେନ୍ନାଇରୁ ଫେରିଥିଲେ । ମଞ୍ଚେଶ୍ୱର ଅଞ୍ଚଳର ୨୯ ବର୍ଷୀୟ ପୁରୁଷ ଆରପିଏଫ କର୍ମଚାରୀ ପୂର୍ବରୁ ଉତ୍ତରପ୍ରଦେଶରୁ ଫେରିଥିଲେ । ପାତ୍ରପଡ଼ା ଅଞ୍ଚଳରୁ ୩୨ ବର୍ଷୀୟ ପୁରୁଷ , କ୍ୱାରେଣ୍ଟାଇନ କେନ୍ଦ୍ରରୁ ଜଣେ ୧୫ ବର୍ଷୀୟ ମହିଳା , ଡୁମୁଡୁମା ଅଞ୍ଚଳରୁ ୩୧ ବର୍ଷୀୟ ପୁରୁଷ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ୟୁନିଟ – ୨ ଅଞ୍ଚଳରୁ ଜଣେ ୨୭ ବର୍ଷୀୟ ପୁରୁଷ , କ୍ୱାରେଣ୍ଟାଇନ କେନ୍ଦ୍ରରୁ ୫୨ ବର୍ଷୀୟ ପୁରୁଷ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ । ବାପୁଜୀ ନଗର ଓ ରସୁଲଗଡ଼ ଶବରସାହି ଅଞ୍ଚଳରୁ ଜଣେ ଲେଖାଏଁ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । କଳିଙ୍ଗନଗର ଅଞ୍ଚଳରୁ ୩ ଜଣ , ସରକାରୀ ହସ୍ପିଟାଲର ଜଣେ ସିକ୍ୟୂରିଟି ଗାର୍ଡ଼ ଓ ଜଣେ ୩୬ ବର୍ଷୀୟ କର୍ମଚାରୀ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking