28.1 C
Bhubaneswar
Saturday, April 20, 2024
Homeଓଡିଶାଆଉ ୩୨ ଓମ୍ରିକନ ଆକ୍ରାନ୍ତ ଚିହ୍ନଟ

ଆଉ ୩୨ ଓମ୍ରିକନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୨ ଓମ୍ରିକନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଓମ୍ରିକନ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ । ଫଳରେ ରାଜ୍ୟରେ ମୋଟ ଓମ୍ରିକନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ , ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ହଜାର ୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬,୨୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୪,୫୬୩ ଜଣ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧,୦୨୧ ଆକ୍ରାନ୍ତ । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨,୨୧୬ ଆକ୍ରାନ୍ତ ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୨୨ହଜାର ୭୩୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ରା ରହିଛି ୬୧ହଜାର ୮୦୯ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୩,୦୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୪, ବାଲେଶ୍ୱର ୩୨୬, ବରଗଡ ୧୪୫, ଭଦ୍ରକ ୧୦୧, ବଲାଙ୍ଗିର ୨୫୯, ବୈଦ୍ଧ ୩୮, କଟକ ୯୦୯, ଦେବଗଡ ୨୪, ଢେଙ୍କାନାଳ ୬୯, ଗଜପତିରୁ ୧୩୫ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରେ ୧୩୯, ଜଗତସିଂହପୁର ୨୨୨, ଯାଜପୁର ୨୧୦, ଝାରସୁଗୁଡା ୨୧୧, କଳାହାଣ୍ଡି ୧୪୪, କନ୍ଧମାଳ ୪୨, କେନ୍ଦ୍ରାପଡା ୭୫, କେନ୍ଦୁଝରରେ ୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୬୫, ମାଲକାନଗିରି ୫୪, ମୟୁରଭଞ୍ଜ ୩୭୬, ନବରଙ୍ଗପୁର ୧୦୬, ନୟାଗଡ ୧୪୫, ନୂଆପଡା ୭୫, ପୁରୀ ୧୯୮, ରାୟଗଡା ୧୫୬, ସମ୍ବଲପୁର ୫୦୦, ସୋନପୁର ୧୦୨, ସୁନ୍ଦରଗଡ ୧୯୪୩ ଷ୍ଟେଟପୁଲରୁ ୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking