16.1 C
Bhubaneswar
Friday, January 28, 2022
Homeକରୋନାଗୋଟିଏ ସପ୍ତାହରେ ଦିଲ୍ଲୀ ଏମ୍ସର ୩୨ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ

ଗୋଟିଏ ସପ୍ତାହରେ ଦିଲ୍ଲୀ ଏମ୍ସର ୩୨ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ କହର ଦୃତ ଗତିରେ ବ୍ୟାପିଚାଲିଛି । ସାଧାରଣ ଲୋକଙ୍କ ସହିତ କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ବେଶିମାତ୍ରାରେ ସଂକ୍ରମିତ ହେଉଛନ୍ତି । ଦିଲ୍ଲୀ ଏମ୍ସରେ ୩୨ ସ୍ୱାସ୍ଥ୍ୟକର୍ମୀ ଗୋଟିଏ ସପ୍ତାହରେ କରୋନା ପଜିଟିଭ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଡାକ୍ତର ବି ସାମିଲ ରହିଛନ୍ତି । ସଂକ୍ରମଣର ଶିକାର ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ କିଛି ଭ୍ୟାକ୍ସିନ ନେଇନାହାନ୍ତି ।
ଏମ୍ସ ଏମିତି ଏକ ଦ୍ୱିତୀୟ ହସ୍ପିଟାଲ, ଯାହାର ୩୦ରୁ ଅଧିକ କର୍ମଚାରୀ ଘାତକ ଭାଇରସ ଦ୍ୱାରା ଶିକାର ହୋଇଛନ୍ତି । ଏହା ପୂର୍ବରୁ ଗୁରୁବାରର୍ର ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ସଂକ୍ରମିତ ହୋଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ସର ଗଙ୍ଗାରାମ ହସ୍ପିଟାଲରେ କ୍କ୍‌ମିତ ହୋଇଥିବା ସ୍ୱାସ୍ତ୍ୟକର୍ମୀଙ୍କ ମଧ୍ୟରେ ଅନେକ ଯୁବ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି ଏବଂ ସେମାନେ ଟିକା ମଧ୍ୟ ନେଇଥିଲେ । ଅନେକଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି । ୩୨ ଜଣ ଡାକ୍ତର ହୋମ ଆଇସୋଲେସନରେ ରହିଛନ୍ତି ଏବଂ ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking