31.1 C
Bhubaneswar
Friday, March 29, 2024
Homeଅପରାଧମାଷ୍ଟରକ୍ୟାଣ୍ଟିନ ସ୍ଥିତ ପିଏନବି ବ୍ୟାଙ୍କରୁ ୩୨ କୋଟି ଟଙ୍କାର ଋଣ ଠକେଇ

ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପିଏନବି ବ୍ୟାଙ୍କରୁ ୩୨ କୋଟି ଟଙ୍କାର ଋଣ ଠକେଇ

ଭୁବନେଶ୍ୱର : ଭୁବନେଶ୍ୱରରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପିଏନବି ବ୍ୟାଙ୍କରୁ ୩୨ କୋଟି ଟଙ୍କାର ଋଣ ଠକେଇ ଖବର ଆସିଛି । ଋଣ ଠକେଇ କରିଥିବା ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ୍ସ ଲିମିଟେଡ୍ କମ୍ପାନିର ଏମ୍ଡି ଅବିନାଶ ମହାନ୍ତି ପୂରା ମାମଲାର ମାଷ୍ଟରମାଇଣ୍ଡ ବୋଲି ସିବିଆଇ ଜାଣିବାକୁ ପାଇଛି। କିନ୍ତୁ ଅବିନାଶ ଏବେ କେଉଁଠି, ସେ ସମ୍ପର୍କରେ ସିବିଆଇ ତଥ୍ୟ ପାଇ ପାରି ନାହିଁ।ଅନ୍ୟପକ୍ଷରେ ସିବିଆଇ ଏହା ଭିତରେ ଦୁଇ ନିର୍ଦ୍ଦେଶକଙ୍କୁ ଜେରା କରି ସାରିଛି। ଅବିନାଶ ଏକାଧିକ ବ୍ୟକ୍ତିଙ୍କ ସମ୍ପତ୍ତି ବନ୍ଧା ରଖି ଏକ ବ୍ୟାଙ୍କରୁ ଋଣ ଉଠାଇଥିବା ଜଣାପଡ଼ିଛି। ପ୍ରାୟ ୧୬ଟି ସମ୍ପତ୍ତି ବନ୍ଧା ରଖି ଋଣ ଉଠାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଋଣ ଟଙ୍କା ଶୁଝି ନ ପାରିବାରୁ ବନ୍ଧା ରହିଥିବା ସମ୍ପତ୍ତିକୁ ବ୍ୟାଙ୍କ ନିଲାମ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। କିଛି ସମ୍ପତ୍ତି ନିଲାମ ମଧ୍ୟ ହୋଇଥିଲା। କଟକର ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ନିଲାମ ପ୍ରକ୍ରିୟା ଭିତରକୁ ଆସିବା ପରେ ତୁମୁଳକାଣ୍ଡ ଘଟିଥିଲା। ପ୍ରାୟ ମାସେ ତଳେ ଏକ ଗୋଷ୍ଠୀ ଅବିନାଶଙ୍କ ବାପା ଓ ମା’ ରହୁଥିବା ବିଜେବିନଗର ଘରେ ପହଞ୍ଚିଥିଲେ। ସେଠାରେ ହଙ୍ଗାମା କରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ସିବିଆଇ ଟିମ୍ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ତେବେ ବାପା, ମା’ଙ୍କଠାରୁ ଅବିନାଶ ଅଲଗା ରହୁଥିବା ତଦନ୍ତକାରୀ ଟିମ୍ କୁ ଜଣାଇଥିଲେ। ପୁଅ ସହ କୌଣସି ସମ୍ପର୍କ ନ ଥିବା ସେମାନେ କହିଥିଲେ।ତେବେ ଏକାଧିକ ଲୋକଙ୍କ ସମ୍ପତ୍ତି ଉପରେ ଋଣ ନେଇ ବର୍ତ୍ତମାନ ଫେରାର ଅଛନ୍ତି ଅବିନାଶ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking