27.8 C
Bhubaneswar
Friday, April 19, 2024
Homeଓଡିଶାଭୁବନେଶ୍ୱରରୁ ପୁଣି ବାହାରିଲେ ୩୧୯ ପଜିଟିଭ୍

ଭୁବନେଶ୍ୱରରୁ ପୁଣି ବାହାରିଲେ ୩୧୯ ପଜିଟିଭ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୨ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୧୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୩ ହଜାର ୫୪୯ କୁ ବୃଦ୍ଧି ପାଇଛି । ମୋଟ ୨୩ ହଜାର ୫୪୯ ପଜିଟିଭ ମଧ୍ୟରୁ ୧୦୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧୯ ହଜାର୮୮୮ ଜଣ ସୁସ୍ଥ ଓ ୩,୫୭୩ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking