34.1 C
Bhubaneswar
Thursday, April 25, 2024
Homeକରୋନାଦିନକରେ ଦେଶରେ ୩୧ ମୃତ

ଦିନକରେ ଦେଶରେ ୩୧ ମୃତ

ନୂଆଦିଲ୍ଲୀ: ବର୍ତମାନ ଦେଶରେ ଜାରି ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାର ଚେନ୍ ଭାଙ୍ଗିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଲୋକଙ୍କୁ ସଚେତନ କରିବା ସହ ଘରୁ ନ ବାହାରିବାକୁ ମଧ୍ୟ କୁହାଯାଉଛି । ହେଲେ ସବୁ ପରେ ବି ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେବେ କରୋନା ଅପଡେଟ୍ ନେଇ ଯୁଗ୍ମ ସଚିବ ଲବ୍ ଅଗ୍ରଓାଲ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ଗୋଟିଏ ଦିନରେ କରୋନାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି । ଏହାଛଡା କାଲି ଦିନକ ମଧ୍ୟରେ ୧୧୭ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏଯାବତ୍ ମୋଟ ୧୦୩୬ ଜଣ ସୁସ୍ଥ ହଇ ଘରକୁ ଫେରିଥିବା ସେ କହିଛନ୍ତି । କାଲି ଗୋଟିଏ ଦିନରେ ୧୨୧୧ଟି ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି । ଏଯାବତ ଦେଶରେ କରୋନା ପାଇଁ ୩୩୯ ଜଣକ ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking