39.8 C
Bhubaneswar
Thursday, April 18, 2024
Homeକରୋନାଭାରତରେ କରୋନା ନେଲା ୩୦୮ ଜୀବନ

ଭାରତରେ କରୋନା ନେଲା ୩୦୮ ଜୀବନ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରିବାରେ ଲାଗିଛି । ୨୪ ଘଣ୍ଟାରେ ୩୫ଜଣଙ୍କ ଜୀବନ ନେଲାଣି । ଦେଶରେ ୯ ହଜାର ୧୫୨ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦୮ ଜଣଙ୍କ ମୁଣ୍ଡ ନେଲାଣି ଏହି ମାରାତ୍ମକ ଭାଇରସ୍ । ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୭ ହଜାର ୯୮୭ । ମହାରାଷ୍ଟ୍ରରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । କେବଳ ମହାରାଷ୍ଟ୍ରରେ ୧୯୮୫ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୪୯ ଜଣଙ୍କ ଜୀବନ ଗଲାଣି । ଦିଲ୍ଲୀର ସ୍ଥିତି ମଧ୍ୟ ଗମ୍ଭୀର ହେବାରେ ଲାଗିଛି । ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୧୫୪ ଥିବା ବେଳେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧ ହଜାର ୭୫ । ମୃତ୍ୟୁବରଣ କରିଛନ୍ତି ୧୧ଜଣ । ସେହିପରି ରାଜସ୍ଥାନରେ ୮୦୪ ରହିଛନ୍ତ କରୋନା ଆକ୍ରାନ୍ତ । ଏହି ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ ସହ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୦୫ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୭,୭୯୪ ଏବେ ଚିକିତ୍ସାଧୀନ ଥିବାବେଳେ ୩୩୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧,୦୮୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking