28.7 C
Bhubaneswar
Thursday, July 25, 2024
Homeଦେଶ ବିଦେଶଅଯୋଧ୍ୟା ଅଭିମୁଖେ ବାହାରିଲେ ୩୦୦ ରାମ ଭକ୍ତ

ଅଯୋଧ୍ୟା ଅଭିମୁଖେ ବାହାରିଲେ ୩୦୦ ରାମ ଭକ୍ତ

ଅଯୋଧ୍ୟା : ଜାନୁୟାରୀ ୨୨ରେ ପ୍ରାଣ ପ୍ରତିଷ୍ଠା କରାଯିବ ଭବ୍ୟ ଅଯୋଧ୍ୟା ରାମ ମନ୍ଦିରର । ଏଥିପାଇଁ ଜୋରଶୋରରେ ଚାଲିଛି ପ୍ରସ୍ତୁତି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶର ବେଶ ଜଣାଶୁଣା ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ରାମ ଭକ୍ତ ଅଯୋଧ୍ୟାରେ ପହଞ୍ଚୁଛନ୍ତି ଏହି ମୁହୂର୍ତ୍ତରେ ନିଜକୁ ସାମିଲ କରିବା ପାଇଁ । ସେହିପରି ମୁମ୍ବାଇରୁ ୩୦୦ ଜଣ ରାମ ଭକ୍ତ ଚାଲି ଚାଲି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ସୂଚନା ଅନୁଯାୟୀ, ଏହି ଯାତ୍ରାକୁ ‘ରାମ ଭକ୍ତ ଫାଉଣ୍ଡେସନ୍’ ପକ୍ଷରୁ ଆୟୋଜନ କରାଯାଇଛି । ଏହି ଯାତ୍ରାରେ ଭକ୍ତମାନେ ହାତରେ ଧନୁ, ତୀର ଏବଂ ହନୁମାନଙ୍କର ମୂର୍ତ୍ତି ଧରି ପ୍ରାୟ ୪୭ ଦିନର ଯାତ୍ରା କରିବେ । ଏବଂ ଜାନୁୟାରୀ ୨୧ରେ ସମସ୍ତେ ଅଯୋଧ୍ୟା ପହଞ୍ଚିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking