27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୩୦ବର୍ଷୀୟ ମଡେଲ ହୋଟେଲରେ କଲେ ଆତ୍ମହତ୍ୟା, ମିଳିଲା ସୁଇସାଇଡ୍ ନୋଟ୍

୩୦ବର୍ଷୀୟ ମଡେଲ ହୋଟେଲରେ କଲେ ଆତ୍ମହତ୍ୟା, ମିଳିଲା ସୁଇସାଇଡ୍ ନୋଟ୍

ନୂଆଦିଲ୍ଲୀ : ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ୩୦ବର୍ଷୀୟ ମଡେଲଙ୍କ ମୃତଦେହ ଜବତ ହୋଇଛି । ମଡେଲଙ୍କ ମୃତଦେହ ଏକ ବଡ଼ ହୋଟେଲର ରୁମ୍‌ରେ ଥିବା ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଛି । ପୁଲିସ ଶବ ଜବତ କରିବା ସହ ସୁଇସାଇଡ ନୋଟ ବି ଜବତ କରିଛି । ଏହାସହ ଏ ନେଇ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି ।

ପୁଲିସର ସୂଚନା ଅନୁସାରେ ମଡେଲ ବୁଧବାର ରାତି ୮ଟା ସମୟରେ ହୋଟେଲରେ ଚେକ୍-ଇନ କରିଥିଲେ । ଏହାସହ ଡିନର ବି ଅର୍ଡର କରିଥିଲେ । ଗୁରୁବାର ହାଉସକିପିଂ ଷ୍ଟାଫ ଆସି କବାଟ ପିଟିବା ପରେ କେହି ବି ରୁମ୍ ଖୋଲି ନ ଥିଲେ । ଯାହାପରେ ମ୍ୟାନେଜର ପୁଲିସକୁ ଏହାର ସୂଚନା ଦେଇଥିଲେ ।

ପୁଲିସ ହୋଟେଲରେ ପହଞ୍ଚି ମାଷ୍ଟର ଚାବି ସାହାଯ୍ୟରେ କବାଟ ଖୋଲିଥିଲା । ଯେତେବେଳେ ସେ ରୁମରେ ଦେଖିଥିଲେ ତ ମଡେଲଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ମଡେଲଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ଜବତ ହୋଇଥିବା ସୁଇସାଇଡ ନୋଟରେ ଲେଖା ଥିଲା କି, ‘ମୋତେ କ୍ଷମା କରିଦେବ । କେହି ବି ଏଥିଲାଗି ଦାୟୀ ନୁହେଁ । ମୁଁ ଖୁସି ନାହିଁ । ମୋତେ କେବଳ ଶାନ୍ତି ଦରକାର ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking