ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଗୋଟିଏପଟେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଠାରେ କରୋନା ପଜେଟିଭ ବାହାରୁଥିବା ବେଳେ ଅନ୍ୟପଟେ ଆଜି ରାଜ୍ୟ ପାଇଁ ଏକ ଆଶ୍ୱସ୍ତିର ଖବର ଆସିଛି । ରାଜ୍ୟରେ ଏବେ ୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ତେବେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ରାଜ୍ୟରେ ୫୩୮ଟି ଆକ୍ଟିଭ କେସ ରହିଛି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ରାଜ୍ୟରେ ଆଜି ସୁଦ୍ଧା ପହଞ୍ଚିଛନ୍ତି ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ । ସେମାନଙ୍କ ମଧ୍ୟରୁ ଗଞ୍ଜାମକୁ ସର୍ବାଧିକ ୫୫ ହଜାର ୫୬୭ ଜଣ ପ୍ରବାସୀ ଆସିଛନ୍ତି ।  ବାଲେଶ୍ବରକୁ ୧୧ ହଜାର ୩୬୮ ଆସିଥିବା ବେଳେ  କଟକକୁ ୮ ହଜାର ୧୯୮ ଜଣ ଆସିଛନ୍ତି