ରାଜଧାନୀରେ ଅଖା ବ୍ୟାଗରୁ ମିଳିଲା ୩୦ ଲକ୍ଷ

ଭୁବନେଶ୍ୱର : ରାଜଧାନୀରେ ଅଖା ବ୍ୟାଗରୁ ମିଳିଲା ୩୦ ଲକ୍ଷ । ଆଜି ସକାଳୁ ଖଣ୍ଡଗିରି ପୋଲିସ ମହାବିର ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରିଛି । ଏକ ବ୍ୟାଗ ଭିତରୁ ୩୦ ଲକ୍ଷ ଟଙ୍କା ମିଳିବା ବ୍ୟକ୍ତି ଜଣଙ୍କୁ ସନ୍ଦେହ ଘେରରେ ଆଣିଛି । ପୋଲିସର କହିବା ଅନୂସାରେ ମହାବିର ଏକ ଟଙ୍କା ବ୍ୟାଗ ଧରି ତପୋବନ ପେଟ୍ରୋଲ ପମ୍ପ ଦେଇ ଯାଉଥିଲେ । ବ୍ୟାଗରେ ଟଙ୍କା ଥିବା ସୂଚନା କୌଣସି ସୁତ୍ରରୁ ପୋଲିସକୁ ମିଳିଥିଲ। । ଘଟଣାସ୍ଥଳରେ ପହଞ୍ଚି ମହାବିରଙ୍କ ଠାରୁ ଟଙ୍କା ଜବତ କରିବା ସହ ଥାନାକୁ ନେଇଛି ।
ଖବର ପାଇ ମହାବିରଙ୍କ ସାଙ୍ଗ ଥାନାରେ ପହଞ୍ଚି ଥିଲେ । ଓ ତାଙ୍କର ପାନ ମସଲା ବ୍ୟବସାୟ ଅଛି । ଲକଡ଼ାଉନ ସମୟରୁ ଟଙ୍କା ବାକି ରହିଥିଲା । ସେହି ଟଙ୍କା କଲେକ୍ସନ ପାଇଁ ସେ ତାଙ୍କ ସାଙ୍ଗ ମହାବିରକୁ ପଠାଇଥିଲେ । ସେ ଟଙ୍କାର ସମସ୍ତ ହିସାବ ଦେବାପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।
ସୂଚନାଥାଉକି ଗତକାଲି କଟକରେ ହୋଇଥିବା ଫାଇନାନ୍ସ କମ୍ପାନୀରୁ ଲାକ୍ଷାଧିକ ଟଙ୍କା ଚୋରି ହୋଇଥିବାବେଳେ ଆଜି ରାଜଧାନୀରୁ ଏପରି ଏତେ ପରିମାଣରେ ଟଙ୍କା ମିଳିବା ମହାବିର ଓ ତାଙ୍କ ସାଙ୍ଗଙ୍କୁ ସନ୍ଦେହ ଘେରରେ ଆଣିଛି । ତେବେ ପୋଲିସର ତଦନ୍ଦ ପରେ ସତ ଜଣାପଡ଼ିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here