ଦିଲ୍ଲୀରେ ଅଗ୍ନିକାଣ୍ଡ : ୩୫ ମୃତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ରାଣୀ ଝାନସୀ ରୋଡ଼ରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ୧୪ ରୁ ଅଧିକ ଆହତ ହେବା ସହ ୫୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନାଜ ମଣ୍ଡିରେ ନିଆଁ ଲାଗିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁ ଲିଭାଇବା କାର‌୍ୟ୍ୟରେ ୩୦ଟି ଦମକଳ ଗାଡ଼ି ନିୟୋଜିତ ରହିଛନ୍ତି।
ଲୋକ ନାୟକ ଜୟପ୍ରକାଶ ହସ୍‌ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ଅନୁସାରେ ଡାକ୍ତରଖାନାକୁ ଅଣାଯାଇଥିବା ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହା ବାଦ ଅନ୍ୟମାନେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦିଲ୍ଲୀ ଉତ୍ତର ଡିସିପି ମୋନିକା ଭରଦ୍ୱାଜ କହିଛନ୍ତି ଯେ ଅଗ୍ନିକାଣ୍ଡରେ ୩୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ଭୋର୍‌ରୁ ନିଆଁ ଲାଗିଲା ଫଳରେ ଘର ଭିତରେ ୨୦ ଜଣ ଲୋକ ରହିଯାଇଥିଲେ, ବାହାରି ପାରି ନଥିଲେ। ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସକାଳ ୫ଟା ୨୨ରେ ଅଗ୍ନିକାଣ୍ଡ ସଂପର୍କରେ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳକୁ ୩୦ଟି ଦମକଳ ଆସିଥିଲା।