38.1 C
Bhubaneswar
Tuesday, April 23, 2024
Homeଓଡିଶାଦିଲ୍ଲୀପ ରାୟଙ୍କୁ ବଡ ଆଶ୍ୱସ୍ତି; ୩ ବର୍ଷର ଜେଲ ଦଣ୍ଡାଦେଶ ଉପରେ ରୋକ୍

ଦିଲ୍ଲୀପ ରାୟଙ୍କୁ ବଡ ଆଶ୍ୱସ୍ତି; ୩ ବର୍ଷର ଜେଲ ଦଣ୍ଡାଦେଶ ଉପରେ ରୋକ୍

ଭୁବନେଶ୍ୱର: କୋଲ ସ୍କାମରେ ଦିଲ୍ଲୀପ ରାୟଙ୍କୁ ବଡ ଆଶ୍ୱସ୍ତି ମିଳିଛି । ୩ ବର୍ଷର ଜେଲ ଦଣ୍ଡାଦେଶକୁ ସସପେଣ୍ଡ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶ ସସପେଣ୍ଡ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ବହୁ ଚର୍ଚ୍ଚିତ ୧୯୯୯ ଝାଡ଼ଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସୋମବାର ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଅପରାଧିକ ଷଡ଼ଯନ୍ତ୍ର ସମେତ ଅନ୍ୟ ଧାରାରେ ଦିଲୀପଙ୍କ ସମେତ ଦୋଷୀ ସାବ୍ୟସ୍ତ ଅନ୍ୟ ତିନିଜଣଙ୍କୁ ମଧ୍ୟ ତିନି ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ତେବେ ଦଣ୍ଡାଦେଶର ଠିକ୍ ପରେ ପରେ ଦିଲୀପଙ୍କ ସମେତ ସମସ୍ତ ୪ ଜଣଙ୍କୁ ବେଲ୍ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking