38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀରରେ ୩ ଆତଙ୍କବାଦୀ ସଫା

ଜମ୍ମୁ-କଶ୍ମୀରରେ ୩ ଆତଙ୍କବାଦୀ ସଫା

ବାନ୍ଦିପୋରା : ଜମ୍ମୁ-କଶ୍ମୀରର ବାନ୍ଦିପୋରାର ବରାର୍ ଅରାଗାମ ଅଞ୍ଚଳରେ ଶୁକ୍ରବାର ହୋଇଥିବା ଏନ୍‌କାଉଣ୍ଟର୍‌ରେ ତିନିଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗୁରୁବାର କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା ଘଟଣାରେ ଏହି ତିନିଜଣଙ୍କ ମଧ୍ୟରୁ ଦୁଇ ଜଣ ସାମିଲ ଥିଲେ । ବାନ୍ଦିପୋରା ଜିଲ୍ଲାର ସାଲିନ୍ଦର ବନାଞ୍ଚଳରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା ଏବଂ ଅନ୍ୟ ଦୁଇଟି ଫେରାର୍ ହୋଇଯାଇଥିଲେ । ଫେରାର୍ ଦୁଇ ଆତଙ୍କବାଦୀ ବରାର୍ ଅଞ୍ଚଳରେ ଥିବା ଶୁକ୍ରବାର ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଥିଲେ । ଏହି ସ୍ପେଶାଲ୍ ଅପରେସନ୍‌ରେ ତିନି ଆତଙ୍କୀ ନିପାତ ହୋଇଥିଲେ ବୋଲି କଶ୍ମୀର ପୁଲିସ ଆଇଜି କହିଛନ୍ତି ।

ବାନ୍ଦିପୋରାରେ ମୃତ ଦୁଇ ଆତଙ୍କୀଙ୍କ ଚିହ୍ନଟ ପରେ ସେମାନେ ଫୈସଲ୍ ଓରଫ୍ ସିକନ୍ଦର ଏବଂ ଅବୁ ଏକାସା ବୋଲି ଜଣାପଡ଼ିଛି । ଫୈସଲ୍ ଗତବର୍ଷ ଡିସେମ୍ବର ୧୦ ଓ ଚଳିତ ବର୍ଷ ଫେବୃଆରୀ ୧୧ରେ ସହରର ଗୁଲଶନ୍ ଚୌକ୍ ଓ ନିଶାତ ପାର୍କରେ ଆତଙ୍କବାଦୀ ହାଇଦର ସହିତ ତିନିଜଣ ପୁଲିସ କର୍ମଚାରୀଙ୍କ ହତ୍ୟାରେ ସାମିଲ ଥିଲା । ଦୁହିଁଙ୍କୁ ଆତଙ୍କୀ ସଂଗଠନ ଦକ୍ଷିଣ କଶ୍ମୀର ଅଞ୍ଚଳକୁ ପଠାଇ ଦେଇଥିଲା । ସେଠାରେ ସେମାନେ ଆତଙ୍କୀ ଗତିବିଧି ଜାରି ରଖିଥିଲେ । କୁଲଗାମର ଦେବସରରେ ମେ ୭ ତାରିଖ ରାତିରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ହାଇଦରର ମୃତ୍ୟୁ ଘଟିଥିଲା । ସେ କୁଲଗାମର ଅନ୍ୟ ଏକ ଆତଙ୍କବାଦୀ ଶାହବାଜ୍ ଶାହ ସହିତ ପ୍ରାଣ ହରାଇଥିଲା ।

ଶାହବାଜ୍ ଏପ୍ରିଲ୍ ୧୩ ତାରିଖରେ ସତୀଶ କୁମାର ସିଂହ ନାମକ ଜଣେ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ହାଇଦରର ହତ୍ୟା ପରେ ଫୈସଲ୍ ବଡ଼ଗାମ୍ ଚାଲିଯାଇ ଅବୁ ଏକାସା ସହିତ ଆତଙ୍କବାଦୀ ଘଟଣା ଚଳାଇଥିଲା । ସୂଚନା ଅନୁସାରେ ଗୁରୁବାର ତହସିଲ ଅଫିସର କର୍ମଚାରୀ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ଏହି ଦୁଇ ଜଣ ଘଟାଇଥିଲେ । ଏହାପରେ ଲସ୍କର-ଏ-ତୋଇବାର ଏହି ଦୁଇ ଆତଙ୍କବାଦୀ ବାନ୍ଦିପୋରା ପଳାଇଥିଲେ । ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଅରାଗମରେ ସେମାନଙ୍କ ଠିକଣାର ପତ୍ତା ଲଗାଇବାରେ ସଫଳ ହେବା ସହ ୨୪ ଘଣ୍ଟା ମଧ୍ୟରେ ଏକ ତ୍ୱରିତ୍ ଅଭିଯାନରେ ଦୁହିଁଙ୍କୁ ନିପାତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking