26.7 C
Bhubaneswar
Friday, April 19, 2024
Homeଓଡିଶାଶ୍ରେଣୀଗୃହରେ ଚେତାଶୂନ୍ୟ ହେଲେ ୩ ଛାତ୍ର

ଶ୍ରେଣୀଗୃହରେ ଚେତାଶୂନ୍ୟ ହେଲେ ୩ ଛାତ୍ର

ସାଲେପୁର: ସାଲେପୁର ହାଇସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାତ୍ରାଧିକ ଗୁଳୁଗୁଳି ଯୋଗୁ ୩ଜଣ ଛାତ୍ର ହଠାତ୍ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକଶିକ୍ଷୟିତ୍ରୀମାନେ ଆମ୍ବୁଲାନ୍ସ ସହାୟତାରେ ଛାତ୍ରୀମାନଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଛାତ୍ରମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସାଲେପୁର ହାଇସ୍କୁଲର ଦଶମ ଶ୍ରେଣୀର ସେକ୍ସନ୍‌-ବି.ରେ କ୍ଲାସ୍ ଚାଲିଥିବାବେଳେ ୩ଜଣ ଛାତ୍ର ହଠାତ୍ ଅଣନିଶ୍ୱାସୀ ହୋଇପଡ଼ି ଚେତାଶୂନ୍ୟ ହୋଇପଡିଥିଲେ । ଏଭଳି ପରିସ୍ଥିତି ଦେଖି ଆମ୍ବୁଲାନ୍ସ ଯୋଗେ ଛାତ୍ରମାନଙ୍କୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି । ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ଅଧ୍ୟୟନ କରୁଥିବାରୁ ଅମ୍ଳଜାନ ଅଭାବରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶିକ୍ଷକ ଅଭାବରୁ ଗୋଟିଏ ଶ୍ରେଣୀଗୃହରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସି ପଢ଼ୁଥିବାରୁ ଭେଣ୍ଟିଲେସନ୍ ହୋଇନପାରିବାରୁ ଛାତ୍ରମାନେ ଅଣନିଶ୍ୱାସୀ ହୋଇ ଚେତାଶୂନ୍ୟ ହୋଇଯାଇଥିଲେ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଦର୍ଶ ବିଦ୍ୟାଳୟ ଓ ମଡେଲ୍ କ୍ଲାସ୍ ରୁମ୍ ଆଦି କରୁଥିବାବେଳେ ଅଧିକାଂଶ ସ୍କୁଲରେ ଏବେବି ଶିକ୍ଷକଶିକ୍ଷୟିତ୍ରୀଙ୍କ ଅଭାବ ଲାଗିରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଶିକ୍ଷକ ନିଯୁକ୍ତି କରାଯାଉନାହିଁ । ଫଳରେ ଗୋଟିଏ ଶ୍ରେଣୀରେ ଆବଶ୍ୟକତା ଠାରୁ ଅଧିକ ଛାତ୍ରଛାତ୍ରୀ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking