34.1 C
Bhubaneswar
Friday, March 29, 2024
Homeଓଡିଶାଜନ୍ମରୁ ତିନିଭାଇ ମୁକ : ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଜନ୍ମରୁ ତିନିଭାଇ ମୁକ : ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

 
ଭବାନୀପାଟଣା :  ବିଧିର ବିଧାନ କେତେ ବିଚିତ୍ର । ଜୀବନ ଜାଣିବା ଆଗରୁ ମୁକ ହୋଇ ଜନ୍ମ ନେଲେ ତିନି ଭାଇ । ବାପା ମା’ କେତେ ଆଶା ରଖିଥିଲେ । ପୁଅମାନେ ବଡ ହୋଇ ସେମାନଙ୍କ ଆଶାବାଡି ସାଜିବେ । ପାଠ ପଢି ମଣିଷ ହେବେ । ଗରିବ ବାପା ମା’ ଙ୍କୁ ସମାଜରେ ପ୍ରତିଷ୍ଠିତ କରିବେ । ତେବେ ଏହି ସବୁ ସ୍ୱପ୍ନ ପାଣିରେ ମିଳାଇ ଗଲା ଯେତେବେଳେ ବାପା ମା’ ଜାଣିଲେ ଯେ, ତିନି ପୁଅ କଥା କହି ପାରୁ ନାହାନ୍ତି । ମୁକ ହୋଇ ଜନ୍ମ ହୋଇଛନ୍ତି । ସେତେବେଳକୁ ସେମାନଙ୍କ ଆଖି ଆଗରେ କଳା ବାଦଲ ଛାଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପୋଡାଗୁଡା  ପଂଚାୟତର ସାନପୋଡାଗୁଡା ଗ୍ରାମରେ ।
ସୂଚନା ଅନୁଯାୟୀ, ସାନପୋଡାଗୁଡା ଗ୍ରାମର ପରମେଶ୍ୱର ଝାଙ୍କରଙ୍କ ତିନି ପୁଅ ମଧ୍ୟରୁ ବଡ ପୁଅ ବରୁଣ ଝାଙ୍କର (୧୧), ମଝିଆ ପୁଅ ହିରଣ୍ୟ ଝାଙ୍କର (୮) ଓ ସାନ ପୁଅ ଜିତୁ (୩) ବର୍ଷ ଜନ୍ମରୁ ମୁକ ହୋଇଥିବାବେଳେ ବଡଭାଇ ବରୁଣ ସାନପୋଡାଗୁଡା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଛି । ତେବେ ସେ ଶୁଣି ପାରିବା ସହ ଲେଖି ପାରୁଥିବା ଓ ପଢିବା ପାଇଁ ତା’ର ଆଗ୍ରହ ରହିଥିବା ନେଇ ଶିକ୍ଷକମାନେ କହନ୍ତି । ଅନ୍ୟ ଦୁଇଭାଇ ପାଠ ପଢୁ ନଥିବାବେଳେ କୁଲି ମଜୁରୀ କରି ପେଟ ପୋଷୁଛନ୍ତି । ଗରିବ ବାପାଙ୍କ ପାଇଁ ତିନି ପୁଅର ଚିକିତ୍ସା ବୋଝ ଉପରେ ନଳିତା ବିଡା ସଦୃଶ୍ୟ । ଅଶିକ୍ଷିତ ବାପା ଅର୍ଥ ଅଭାବରୁ ପୁଅମାନଙ୍କ ଚିକିତ୍ସା ଆଜି ପର୍ଯ୍ୟନ୍ତ କରିପାରି ନାହାନ୍ତି କି ପୁଅ ମାନଙ୍କପାଇଁ ଭିନ୍ନକ୍ଷମ ପ୍ରମାଣପତ୍ର କରିପାରି ନଥିବାରୁ ତିନି ପୁଅ ଭିନ୍ନକ୍ଷମ ଭତା ଯୋଜନାରୁ ବାଦ ପଡିଛନ୍ତି  । ସ୍ଥାନୀୟ ସରପଂଚଙ୍କ ନିକଟରେ ଅନେକଥର ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଭତା କରାଇଦେବାକୁ ଆଗ୍ରହ ଦେଖାଇ ନାହାନ୍ତି  । ଗରିବ ବାପା ପେଟ ପାଟଣା ଯୋଗାଣ କରିବାରେ ଦିନକୁ ରାତି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏନେଇ କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ଆମପାଖରେ ଖବର ନଥିଲା । ମୁ ନିଜେ ସେମାନଙ୍କ ଆବଶ୍ୟକୀୟ କାଗଜପତ୍ର ମଗାଇ ପ୍ରମାଣ ପତ୍ର ପାଇଁ ଅନଲାଇନ କରି ଆଗାମୀ ଦିନରେ ତିନିଭାଇଙ୍କୁ ଭିନ୍ନକ୍ଷମ ଭତା ଯୋଜନାରେ ସାମିଲ କରାଇବି ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking